ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାରୁ ବର୍ତ୍ତିବା ପାଇଁ କିଏ ସର୍ଜିକାଲ ମାସ୍କ ତ କିଏ ଏନ୍‌ ୯୫ ମାସ୍କର ବ୍ୟବହାର କରୁଛନ୍ତି। କିନ୍ତୁ ଶାଳପତ୍ରକୁ ମାସ୍କ କରିବା କଥା କେବେ ଭାବିଛନ୍ତି? କରୋନାରୁ ବଞ୍ଚିବା ପାଇଁ ଶାଳ ପତ୍ରକୁ ମାସ୍କ କରିଛନ୍ତି ଲୋକେ। କଥାଟା ଅଡ଼ୁଆ ଲାଗୁଥିଲେ ବି ସତ। ଛତିଶଗଡ଼ ବସ୍ତରର ଆଦିବାସୀ ଲୋକମାନେ ଶାଳପତ୍ରକୁ ମାସ୍କ କରି ବ୍ୟବହାର କରୁଛନ୍ତି।

ରିପୋର୍ଟ ଅନୁସାରେ କାଙ୍କେର ଜିଲ୍ଲାର ଏକ ଗ୍ରାମରେ ବୈଠକ ଡକାଯାଇଥିଲା, ଆଦିବାସୀମାନେ ପତ୍ରରେ ତିଆରି ମାସ୍କ ପିନ୍ଧି ସେଠାରେ ପହଞ୍ଚିଥିଲେ। ତେଣୁ ଯଦି ଆମ ଗାଁର ଲୋକମାନେ ନିଜ ଘରୁ ବାହାରକୁ ଆସୁଛନ୍ତି, ତେବେ ସେମାନେ ସାରାଇର ପତ୍ର ସହିତ ମାସ୍କ ବ୍ୟବହାର କରୁଛନ୍ତି।

ଏଠାକାର ଲୋକଙ୍କ କହିବା କଥା ଯେ ଯେତେବେଳେ ଆମେ କରୋନା ବିଷୟରେ ସୂଚନା ପାଇଲୁ ସେତେବେଳେ ଅନୁଭବ ହେଲା ଯେ ଆମକୁ ନିଜେ ପଦକ୍ଷେପ ନେବାକୁ ପଡ଼ିବ। ସେଥିପାଇଁ ଆମେ ଏଭଳି ନିଷ୍ପତ୍ତି ନେଇଛନ୍ତି।

Comment