ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ସଚେତନତା ପାଇଁ ଭୁବନେଶ୍ୱର ମହାନଗର ନିଗମ ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପୋସିଜିଅର) ଜାରି କରିଛି। ଏଥିରେ ବଜାର, ହାଟ ଓ ଦୋକାନମାନଙ୍କରେ ବ୍ୟବାସାୟୀମାନଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବା ସହିତ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି।

ବିଏମସି ପକ୍ଷରୁ କୁହଯାଇଛି ଯେ ଏଣିକି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଜାର ଓ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଏହି ସମୟରେ ବ୍ୟବସାୟୀମାନେ ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟ କରିବାକୁ ବିଏମସି ପକ୍ଷରୁ କୁହାଯାଇଛି। ଜିନିଷ କିଣିବା ସମୟରେ ଲୋକମାନେ ପରସ୍ପରଠାରୁ ୨ମିଟର ଦୂରରେ ରହି ଜିନିଷପତ୍ର କିଣିବା ପାଇଁ ବିଏମସି କହିଛି।

ଏଥିସହିତ ପ୍ରତି ବ୍ୟବସାୟୀ ଭାଇମାନେ ମଧ୍ୟ ପରସ୍ପରଠାରୁ ୧୦ ମିଟର ଦୂରରେ ରହି ଦୋକାନ ଖୋଲିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ହେଲେ କରୋନା ଭାଇରସ ସଂକ୍ରମଣକୁ ରୋକାଯାଇପାରିବ ବୋଲି ମଧ୍ୟ କୁହାଯାଇଛି। କୌଣସି ସାମଗ୍ରୀ କିଣିବା ସମୟରେ ଏକାସାଙ୍ଗରେ ଗହଳି ନକରିବାକୁ ବିଏମସି ପକ୍ଷରୁ ଲୋକମାନଙ୍କୁ ଅନୁରୋଧ କରାଯାଇଛି।

କୌଣସି ବ୍ୟବସାୟୀ ଯଦି ଏହି ସାମାଜିକ ଦୂରତ୍ୱ ପାଳନ ନକରିପାରେ। ତେବେ ମଧ୍ୟ ଅଲଗା କେଉଁ ସ୍ଥାନରେ ଭେଣ୍ଡିଂ ଜୋନ୍ ସ୍ଥାପନ କରିବାକୁ କୁହାଯାଇଛି। ଫଳରେ ଲୋକମାନେ ଉପଯୁକ୍ତ ଦୂରତା ପାଳନ କରିବା ସହିତ ଖାଦ୍ୟ ସାମଗ୍ରୀ କିଣିପାରିବେ। ଏଥସହିତ ଭୁବନେଶ୍ୱରର ବିଭିନ୍ନ ମାର୍କେଟ୍ ଆସୋସିଏସନମାନେ ମଧ୍ୟ ବଜାରର ପରିବେଶ  ସଫାସୁତୁରା ରଖିବା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ଗୁରୁବାର ଭୁବନେଶ୍ୱର ଏକ ନମ୍ବର ହାଟରେ ମଧ୍ୟ ବ୍ୟବସାୟୀମାନଙ୍କୁ ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାରେ ବସିବାକୁ କୁହାଯାଇଥିଲା। ବ୍ୟବସାୟୀମାନେ ସାମାଜିକ ଦୂରତ୍ୱ ପାଳନ କରି ପନିପରିବା, ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ନଜର ଆସିଥିଲା।

Comment