ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲକଡାଉନ୍ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହାକୁ ଗରିବ ଜନସାଧାରଣଙ୍କ କଷ୍ଟ ନିବାରଣ ପ୍ୟାକେଜ୍ ବୋଲି ମଧ୍ୟ କୁହାଯାଉଛି।

  • ଏହାକୁ କୁହାଯାଉଛି ଗରିବ କଲ୍ୟାଣ ଯୋଜନା। ଏଥିପାଇଁ କେନ୍ଦ୍ର ସରକାର ୧,୭୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ।
  • ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯେଉଁମାନେ କରୋନା ଯୁଦ୍ଧରେ ଲାଗିଛନ୍ତି ସେମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା।
  • ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ୮୦ କୋଟି ଲୋକଙ୍କୁ କେବେବି ଭୋକରେ ମରିବାକୁ ଦିଆଯିବ ନାହିଁ। ପ୍ରତ୍ୟେକ ବ୍ୟକ୍ତିକୁ ୫ କେଜି ଚାଉଳ ଓ ଗହମ ତିନି ମାସ ପର୍ଯ୍ୟନ୍ତ ଦିଆଯିବ।
  • ଏହା ପୂରା ମାଗଣା ।ଏଥି ସହିତ କିଲେ ଡାଲି ବି ମିଳିବ।
  • ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଏହି କରୋନା କଷ୍ଟ ନିବାରଣ ଯୋଜନାରେ ୮ଟି ବର୍ଗର ଲୋକଙ୍କୁ ଫାଇଦା ହେବ ଯଥା ଚାଷୀ,ନରେଗା ଶ୍ରମିକ, ଗରିବ ବିଧବା, ଗରିବ ଦିବ୍ୟାଙ୍ଗ,ଗରିବ ପେନସନଧାରୀ,ଜନଧନ ଯୋଜନା,ଉଜ୍ଜ୍ୱଳା ହିତାଧିକାରୀ,ସ୍ୱୟଂ ସହାୟକ ଗୋଷ୍ଠୀ, ସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଓ ନିର୍ମାଣ ଶ୍ରମିକ।

  • ପିଏମ କିଷାନ ଯୋଜନା ଓ କିଷାନ ନିଧିର ଫାଇଦା ୮ କୋଟି ୭୦ ଲକ୍ଷ ଚାଷୀଙ୍କୁ ମିଳିବ।
  • ନରେଗା ଶ୍ରମିକଙ୍କ ମଜୁରୀ ୧୮୨ ଟଙ୍କାରୁ ବଢି ୨୦୨ ହେଲା।
  • ବୃଦ୍ଧ,ଦିବ୍ୟଙ୍ଗ ଓ ବିଧବାଙ୍କୁ ତିନି ମାସ ପର୍ଯ୍ୟନ୍ତ ୧ ହଜାର ଟଙ୍କା ଅଧିକ ଭତ୍ତା ମିଳିବ।
  • ମହିଳା ଜନଧନ ଅନ୍ତର୍ଗତ ୨୦ କୋଟି ଖାତାଧାରୀଙ୍କୁ ମାସକୁ ୫୦୦ ଟଙ୍କା ଲେଖା ତିନି ମାସ ଅଧିକ ଅର୍ଥ ମିଳିବ।
  • ଉଜ୍ଜ୍ଵଳା ଯୋଜନାରେ ୮ କୋଟି ମହିଳାଙ୍କୁ ତିନି ମାସ ଯାଏଁ ମାଗଣା ଗ୍ୟାସ ସିଲିଣ୍ଡର ମିଳିବ।
  • ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ୨୦ ଲକ୍ଷ ଋଣ ମିଳିବ। ପୂର୍ବରୁ ଏହା ୧୦ ଲକ୍ଷ ଥିଲା।
  • ସଂଗଠିତ କ୍ଷେତ୍ର କର୍ମଚାରୀଙ୍କୁ ତିନି ମାସ ପର୍ଯ୍ୟନ୍ତ ୧୨+୧୨ ପ୍ରତିଶତ ଇପିଏଫରେ ଟଙ୍କା ମିଳିବ।

Comment