ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟରେ ଗଠନ ହେବ ସ୍ୱତନ୍ତ୍ର କରୋନା ହସ୍ପିଟାଲ୍। ଏନେଇ ରାଜ୍ୟ ସରକାର ଦୁଇଟି ଘରୋଇ ହସ୍ପିଟାଲ ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଏନେଇ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୂଚନା ଦେଇଛନ୍ତି।

ଜାଣନ୍ତୁ, କରୋନା ସମ୍ପର୍କିତ ତାଜା ସୂଚନା

  • କରୋନାକୁ କୁଣିଆ କରନ୍ତୁ ନାହିଁ।
  • ଓଡ଼ିଶାରେ ସ୍ଥାପନ ହେବ ପ୍ରଥମ କରୋନା ହସ୍ପିଟାଲ୍।
  • ହସ୍ପିଟାଲରେ ରହିବ ୧ ହଜାର ଶଯ୍ୟା।
  • ସମ୍ ହସ୍ପିଟାଲରେ ୫ ଶହ ଶଯ୍ୟା ଓ କିମ୍ସ ହସ୍ପିଟାଲରେ ୪୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ।
  • ରାଜ୍ୟ ଓ ଦେଶ ବାହାରୁ ପ୍ରାୟ ୮୪ ହଜାର ଓଡ଼ିଆ ଓଡ଼ିଶା ଫେରିଛନ୍ତି।
  • ପଞ୍ଚାୟତ ସ୍ତରରେ କରୋନା ମୁକାବିଲା ପାଇଁ ଗଠନ ହୋଇଛି ୭୨୭୬ଟି ବେଡ୍।
  • ଲକଡାଉନ୍ ସମୟରେ ବିନା ବାଧାରେ ଚାଲିପାରିବ ମାଲବାହୀ ଗାଡ଼ି।
  • ମାଲବାହୀ ଗାଡ଼ି ପାଇଁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର – ୦୬୭୪ ୨୩୯୨୧୧୫, ୯୪୩୮୯୧୫୯୮୬।
  • ଲକଡାଉନ୍ ସମୟରେ ଥାନାରେ ରୁଜୁ ହେଲା ୪୦୪ଟି ମାମଲା।
  • ଲକଡାଉନ୍ ନିୟମ ଭାଙ୍ଗିବାରୁ ୩୮୦ ଜଣଙ୍କ ନାଁ ରେ ମାମଲା।
  • ସମ୍ବାଦପତ୍ର ଗାଡ଼ିକୁ ଲକଡାଉନରୁ ବାଦ୍ ଦିଆଗଲା।
  • ହକରମାନେ ଭୋର୍ ୪ଟାରୁ ୭ଟା ପର୍ଯ୍ୟନ୍ତ ପେପର୍ ବାଣ୍ଟି ପାରିବେ।

୨୬ ତାରିଖ ଦିନ ୧୨ଟା ସୁଦ୍ଧା କରୋନାର ସ୍ଥିତି

  • ୧୯୮ଟି ଦେଶକୁ ବ୍ୟାପିଲା କରୋନା ଭାଇରସ୍।
  • ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୭୪,୯୬୮।
  • ମୃତ୍ୟୁ ସଂଖ୍ୟା ୨୧ ହଜାର ୨୫୩କୁ ବୃଦ୍ଧି।
  • ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮୬କୁ ବୃଦ୍ଧି।
  • ମୃତ୍ୟୁ ସଂଖ୍ୟା ୧୩କୁ ବଢ଼ିଲା।
  • ଓଡ଼ିଶାରେ ୧୬୪ ନମୁନାରୁ କେବଳ ୨ ପଜିଟିଭ୍

ବିଶ୍ୱରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା

  • ଚୀନ୍ – ୮୧,୨୮୫
  • ଇଟାଲୀ – ୭୪,୩୮୬
  • ଆମେରିକା – ୬୮,୪୮୯
  • ସ୍ପେନ୍ – ୪୯,୫୧୫
  • ଜର୍ମାନୀ – ୩୮, ୬୦୯

Comment