ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭୂତାଣୁ ସଂକ୍ରମଣୁରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏବେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। କରୋନାରୁ ବଞ୍ଚିବା ପାଇଁ ମୁଖ୍ୟତଃ ହାତ ସଫାକୁ ଗୁରୁତ୍ୱ ଦିଆଯାଉଛି। ତେବେ କେବଳ ହାତ ବାଟ ଦେଇ କରୋନା ଭାଇରସ ବ୍ୟାପିବ ତାହା ନୁହେଁ, ଭାଇରସ ବ୍ୟାପିବାର ବିଭିନ୍ନ ମାଧ୍ୟମ ରହିଛି। ଏହି ମାଧ୍ୟମ ମଧ୍ୟରୁ ମୋବାଇଲ ଫୋନ୍‌ ଗୋଟିଏ। ଏହା ମାଧ୍ୟମରେ କରୋନା ଭାଇରସ ଶରୀରକୁ ଆସିପାରେ। ଏହି କଥା ଆମେ ନୁହେଁ ବିଶେଷଜ୍ଞ ଦେଇଛନ୍ତି। ସେଥିପାଇଁ ମୋବାଇଲ ଫୋନକୁ କରୋନା କବଳରୁ ରକ୍ଷା କରିବା ମଧ୍ୟ ଜରୁରୀ।

ମୋବାଇଲ ଫୋନକୁ ଆମେ ଅନେକ ସମୟରେ ଏତେ ତେଣେ ରଖିଥାଉ।  ଏଣୁ ସ୍ମାର୍ଟଫୋନ୍ ମାଧ୍ୟମରେ କରୋନା ଭୂତାଣୁ ଆମ ଶରୀରରେ ପ୍ରବେଶ କରିବାର ବହୁତ ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ମୋବାଇଲ ଫୋନ୍‌କୁ କିଭଳି ପରିଷ୍କାର କରିବେ?

  •  ସର୍ବପ୍ରଥମେ ଆପଣଙ୍କ ଫୋନ୍କୁ ଅନପ୍ଲଗ୍ କରନ୍ତୁ। ଏହାକୁ ସ୍ୱିଚ୍ ଅଫ୍ କରନ୍ତୁା ଯଦି ଏହା ଉପରେ କଭର୍ ଲଗା ଯାଇଛି ତେବେ ତାହାକୁ ବାହାର କରିଦିଅନ୍ତୁ ।
  •  ଫୋନକୁ ପରିଷ୍କାର କରିବା  ପାଇଁ ମାଇକ୍ରୋଫାଇବର୍ କପଡାକୁ ଓଦା କରନ୍ତୁ ଓ ସଫ୍ଟ ସୋପ୍ (କେମିକାଲ୍ ମୁକ୍ତ) ସାବୁନ୍ ବ୍ୟବହାର କରନ୍ତୁ । ସାବୁନକୁ ସିଧାସଳଖ ସ୍କ୍ରିନରେ ଲଗାନ୍ତୁ ନାହିଁ ବରଂ ଏହାକୁ ପାଣିରେ ମିଶାଇ ଏକ ମିଶ୍ରଣ ପସ୍ତୁତ କରନ୍ତୁ ଓ ଏହି ମିଶ୍ରଣରେ ଫୋନକୁ ପୋଛନ୍ତୁ।
  •   ଆପଣଙ୍କ ଫୋନର ସ୍କ୍ରିନ୍ ପରିଷ୍କାର କରିବା ପାଇଁ ଯେକୌଣସି ପ୍ରକାରର କ୍ଲିନର୍ ବ୍ୟବହାର କରିବାଠାରୁ ବଞ୍ଚନ୍ତୁ କାରଣ ଏହା ଦ୍ୱାରା ଆପଣଙ୍କ ଫୋନ୍ ସ୍କ୍ରିନ୍ ଖରାପ ହେବା ସମ୍ଭାବନା ରହିଛି ।
  •   ଫୋନ୍କୁ ବ୍ଲିଚ୍ କରନ୍ତୁ ନାହିଁ ।
  •   ଆପଣଙ୍କ ଫୋନ୍ ୱାଟର୍ପ୍ରୁଫ୍ ହୋଇଥିଲେ ମଧ୍ୟ ଏହାକୁ ପାଣି ବା ଅନ୍ୟ କୌଣସି ତରଳରେ ବୁଡାଇ ସଫା କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଫୋନ୍ରେ ଥିବା ଖୋଲା ସ୍ଥାନରେ ତରଳ ପଶି ଫୋନ୍ ଭିତରର ଆଦ୍ରତା ବୃଦ୍ଧି ପାଇବା ସହିତ ଫୋନ୍ ଖରାପ ହେବା ସମ୍ଭାବନା ରହିଛି ।
  •  କୌଣସି ପ୍ରକାରର ସ୍ପ୍ରେ ଯେପରିକି କି ବୋର୍ଡ ସଫା କରିବା ପାଇଁ ବ୍ୟବହାର କରାଯାଉଥିବା କମ୍ପ୍ରେସ୍ଡ ଏୟାର୍ ବ୍ୟବହାର କରନ୍ତୁ ନାହିଁ ।
  •  ଫୋନ୍ ସଫା କରିବା ପାଇଁ ଟିସ୍ୟୁ ପେପର୍ ବ୍ୟବହାର କରନ୍ତୁ ନାହିଁ ସ୍କ୍ରିନ୍ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି।

ନିଜ ଶରୀରକୁ ଯେଭଳି ଆମେ ପରିଷ୍କାର, ପରିଚ୍ଛନ୍ନ ରଖୁଛେ ସେହିପରି ମୋବାଇଲ ଫୋନକୁ ବି ପରିଷ୍କାର ରଖିବା ଆବଶ୍ୟକ।

Comment