ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି। ଶୁକ୍ରବାର କର୍ଣ୍ଣାଟକରେ ଜଣେ ୬୫ ବର୍ଷୀୟ ଆକ୍ରାନ୍ତ ପ୍ରାଣ ହରାଇବା ଦ୍ୱାରା ଭାରତରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।

କର୍ଣ୍ଣାଟକର ଏହି ବ୍ୟକ୍ତିଜଣକ କିଛି ଦିନ ତଳେ ଦିଲ୍ଲୀ ଯାଇଥିଲେ। ସେଠାରୁ ଟ୍ରେନରେ ଫେରିବା ପରେ ସେ କରୋନା ପଜିଟିଭ୍ ବୋଲି ଚିହ୍ନଟ ହୋଇଥିଲେ। ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି।ସେହିଭଳି ରାଜସ୍ଥାନ, ମହାରାଷ୍ଟ୍ର ଆଦି ରାଜ୍ୟରେ ଶୁକ୍ରବାର କରୋନାଜନିତ ମୃତ୍ୟୁ ଘଟିଛି। ଅନ୍ୟପଟେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୭ ଶହ ଟପିଛି। ବର୍ତ୍ତମାନ କରୋନା ଭାଇରସ ଦ୍ରୁତଗତିରେ ଲୋକଙ୍କ ଜୀବନ ନେବାରେ ଲାଗିଛି। ଓଡ଼ିଶାରେ ଗୁରୁବାର ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ। ତାଙ୍କୁ ବର୍ତ୍ତମାନ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି।

Comment