ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭୁବନେଶ୍ୱର ମହାନଗର ନିଗମର ପରାମର୍ଶ ଅନୁଯାୟୀ କିଛି ହୋଟେଲ ଆରମ୍ଭ କରିଛନ୍ତି ‘ପେ ଆଣ୍ଡ ୟୁଜ୍‌’ କ୍ୱାରେଣ୍ଟାଇନ୍‌ ସର୍ଭିସ୍‌।

ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ବ୍ୟାପକ ସଚେତନତାମୂଳକ ପଦକ୍ଷେପ ନେଇଛନ୍ତି। କରୋନା ଆକ୍ରାନ୍ତ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର କିଛି ସରକାରୀ କୋଠାକୁ କ୍ୱାରେଣ୍ଟାଇନ୍‌ ସେଣ୍ଟର କରିବାକୁ ବିଚାର କରୁଥିବା ବେଳେ ଭୁବନେଶ୍ୱରରେ କିଛି ଘରୋଇ ହାଟେଲ ଏଦିଗରେ ଆଗକୁ ଆସିଛନ୍ତି।

ଭୁବନେଶ୍ୱରରେ ଥିବା କିଛି ହୋଟେଲ ‘ପେ ଆଣ୍ଡ ୟୁଜ୍‌’ କ୍ୱାରେଣ୍ଟାଇନ୍‌ ସର୍ଭିସ୍‌ ଆରମ୍ଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କେଉଁ କେଉଁ ହୋଟେଲରେ ଏହି ସର୍ଭିସ୍‌ ମିଳୁଛି ସେନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଯେଉଁମାନେ ଚାହିଁବେ ସେମାନେ ଏହିସବୁ ହୋଟେଲରେ ଆବଶ୍ୟକ ଫି’ ପ୍ରଦାନ କରି କ୍ୱାରେଣ୍ଟାଇନ୍‌ରେ ରହିପାରିବେ। ଯେଉଁମାନେ କ୍ୱାରେଣ୍ଟାଇନ୍‌ରେ ହୋଟେଲରେ ରହିବାକୁ ଚାହିଁବେ ସେମାନଙ୍କୁ ବ୍ରେକ୍‌ଫାଷ୍ଟ, ଲଞ୍ଚ୍‌, ଡିନର ଏବଂ ପାଣି ବୋତଲ ଦେବାର ବ୍ୟବସ୍ଥା ରହିଛି। କ୍ୱାରେଣ୍ଟାଇନ୍‌ରେ ରହିବା ଓ ଖାଇବା ବାବଦରେ ହୋଟେଲରେ ଟଙ୍କା ପଇଠ କରିବାକୁ ପଡ଼ିବ।

୧. ମଞ୍ଚେଶ୍ୱରରେ ଥିବା ହୋଟେଲ କମଳ ଇନ୍‌ (୯୩୪୮୩୩୯୫୭୨, ୭୦୭୭୨୯୯୩୬୬)। ଏଠାରେ କ୍ୱାରେଣ୍ଟାଇନ୍‌ରେ ରହିବା ଓ ଖାଇବା ବାବଦରେ ୨୫୦୦ ଟଙ୍କା (ଟାକ୍ସ ଅଲଗା) ଦେବାକୁ ପଡ଼ିବ।

୨. ଖାରବେଳନଗରରେ ଥିବା ଦ ଅର୍ବାନ ପାର୍କ (୯୩୪୮୩୩୯୫୭୨, ୭୦୭୭୨୯୯୩୬୬)। ଏଠାରେ କ୍ୱାରେଣ୍ଟାଇନ୍‌ରେ ରହିବା ଓ ଖାଇବା ବାବଦରେ ୨୫୦୦ ଟଙ୍କା (ଟାକ୍ସ ଅଲଗା) ଦେବାକୁ ପଡ଼ିବ।

୩. ବାରି ଇଣ୍ଟରନ୍ୟାସନାଲ, ନୟାପଲ୍ଲୀ (୯୯୩୭୦୨୮୫୮୩)। ଏଠାରେ କ୍ୱାରେଣ୍ଟାଇନ୍‌ରେ ରହିବା ଓ ଖାଇବା ବାବଦରେ ୧୪୦୦ ଟଙ୍କା (ଟାକ୍ସ ଅଲଗା) ଦେବାକୁ ପଡ଼ିବ।

୪. ହୋଟେଲ କଳିଙ୍ଗ, ବାପୁଜୀନଗର (୯୩୪୮୩୩୯୫୭୨, ୮୩୨୭୭୯୮୦୧୪)। ଏଠାରେ କ୍ୱାରେଣ୍ଟାଇନ୍‌ରେ ରହିବା ଓ ଖାଇବା ବାବଦରେ ୧୪୦୦ ଟଙ୍କା (ଟାକ୍ସ ଅଲଗା) ଦେବାକୁ ପଡ଼ିବ।

୫. ହୋଟେଲ ଭିନ୍ନ ସକାଳ, ଚନ୍ଦ୍ରଶେଖରପୁର (୯୩୪୮୩୩୯୫୭୨, ୮୩୨୭୭୯୮୦୧୪)। ଏଠାରେ କ୍ୱାରେଣ୍ଟାଇନ୍‌ରେ ରହିବା ଓ ଖାଇବା ବାବଦରେ ୧୪୦୦ ଟଙ୍କା (ଟାକ୍ସ ଅଲଗା) ଦେବାକୁ ପଡ଼ିବ।

୬. ହୋମ୍‌ ଡ୍ରିମ୍‌ ଭିଲା ରସର୍ଟସ୍‌, ନନ୍ଦନକାନନ (୯୯୨୦୦୮୮୫୯୯, ୮୯୧୭୪୮୮୦୭୬)। ଏଠାରେ କ୍ୱାରେଣ୍ଟାଇନ୍‌ରେ ରହିବା ଓ ଖାଇବା ବାବଦରେ ଟାକ୍ସ ସହିତ ୯୦୦ ଟଙ୍କା ଦେବାକୁ ପଡ଼ିବ।

୭. ସନ୍ ଗ୍ରୀନ ହୋଟେଲ, ପଞ୍ଜାବୀ କଲୋନୀ, ସତ୍ୟନଗର (୯୩୪୮୧୧୮୦୨୯)। ଏଠାରେ କ୍ୱାରେଣ୍ଟାଇନ୍‌ରେ ରହିବା ଓ ଖାଇବା ବାବଦରେ ୧୪୦୦ ଟଙ୍କା (ଟାକ୍ସ ଅଲଗା) ଦେବାକୁ ପଡ଼ିବ।

ଯେଉଁମାନେ ଏହି ହୋଟେଲମାନଙ୍କରେ କ୍ୱାରେଣ୍ଟାଇନରେ ରହିବେ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା କରୋନା ଗାଇଡ୍‌ଲାଇନ୍‌କୁ ଅନୁକରଣ କରିବେ। ଏହାସହ ରାଜ୍ୟ ସରକାର ଏବଂ ବିଏମ୍‌ସି କର୍ତ୍ତୃପପକ୍ଷଙ୍କ ପରାମର୍ଶ ଅନୁସାରେ ଡାକ୍ତରମାନେ ଏହି ହୋଟେଲ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ଦେଖାଶୁଣା କରିବେ।

Comment