ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମିଳିବ ଆଗୁଆ ତିନି ମାସର ଚାଉଳ
  • ୯୪ ଲକ୍ଷ ପରିବାରକୁ ମିଳିବ ମାସକୁ ୧ ହଜାର ଟଙ୍କା ଲେଖାଏଁ ସହାୟତା
  • ଏଥିପାଇଁ ୯୪୦ କୋଟି ହେବ ଖର୍ଚ୍ଚ
  • ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ମିଳିବ ଆଗୁଆ ୪ ମାସର ଭତ୍ତା
  • ୪୮ ଲକ୍ଷ ହିତାଧିକାରୀ ହେବେ ଉପକୃତ
  • ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କ ପାଇଁ ପ୍ୟାକେଜ
  • ମାସକୁ ୧୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଗତ ଗୁରୁବାର ଦିନ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବା ବେଳେ ଆଜି ରାଜ୍ୟ ସରକାର ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ନିର୍ମାଣ ଶ୍ରମିକ, ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ହିତାଧିକାରୀ, ସାମାଜିକ ସୁରକ୍ଷା ଯୋଜନାରେ ଥିବା ହିତାଧିକାରୀଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି।

କରୋନା ସଙ୍କଟ ବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ୯୪ ଲକ୍ଷ ପରିବାରକୁ ଆଗୁଆ ତିନି ମାସର ସାମଗ୍ରୀ ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହାସହ ମାସକୁ ୧ ହଜାର ଟଙ୍କା ଲେଖାଏଁ ଦେବାକୁ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏଥିପାଇଁ ୯୪୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀମାନଙ୍କୁ ଆଗୁଆ ୪ ମାସର ଭତ୍ତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିରେ ୪୮ ଲକ୍ଷ ବୃଦ୍ଧା, ବିଧବା, ଦିବ୍ୟାଙ୍ଗମାନଙ୍କୁ ଭତ୍ତା ମିଳିବ। ଏଥିପାଇଁ ୯୩୨ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସେହିପରି ରାଜ୍ୟରେ ଥିବା ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଛନ୍ତି। କରୋନା ପାଇଁ ସେମାନଙ୍କୁ ମାସକୁ ୧୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରାଯାଇଛି। ଏ ବାବଦରେ ୩୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

Comment