ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶର ଗୋଟେ ପଟେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ, ଆଉ ଗୋଟେ ପଟେ ଆକ୍ରାନ୍ତ ସୁସ୍ଥ ହେଉଥିବା ଖବର ଆସୁଛି। ଧୀରେ ଧୀରେ ହେଉ ପଛେ, ଆମମାନଙ୍କର ଟିକିଏ ସାବଧାନତା କରୋନକୁ ମାତ୍‌ ଦେଉଥିବା ଦେଖିବାକୁ ମିଳୁଛି। ଆସନ୍ତୁ, ଏମିତି କିଛି ଲୋକଙ୍କ ଉପରେ ନଜର ପକାଇବା ଯିଏ କରୋନାକୁ ହରାଇବା ପାଇଁ ଏହି ଯୁଦ୍ଧରେ ଯୋଦ୍ଧା ଭଳି ସାହାସ ଦେଖାଇଛନ୍ତି।

ଆଗ୍ରାରେ ଠିକ୍‌ ହୋଇସାରିଛନ୍ତି ୭ କରୋନା ଆକ୍ରାନ୍ତ। ମଙ୍ଗଳବାର ପରୀକ୍ଷା ହୋଇଥିବା ୧୭ଟି ନମୁନା ମଧ୍ୟରୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ବୁଧବାର ଆଉ ୯ଟି ସାମ୍ପୁଲ ପରୀକ୍ଷା ପାଇଁ ଦିଆଯାଇଛି। ଏହା କେବଳ ସଚେତନତା ପାଇଁ ହୋଇପାରିଛି।

କରୋନା କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସମାଜସେବୀମାନେ ବି ହାତ ବଢ଼ାଉଛନ୍ତି। କାନପୁରରେ କିଛି ସମାଜସେବୀ ଗରିବଙ୍କୁ ବାଣ୍ଟିଲେ ୮ ଟନ୍‌ ଗହମ ଓ ଚାଉଳ।

ଅନ୍ୟପଟେ ହେଲ୍ପଲାଇନ୍‌ ନମ୍ବରକୁ କଲ୍‌ ଆସିଲେ ସାମଗ୍ରୀ ବାଣ୍ଟିବା ପାଇଁ ସଙ୍ଗେ ସଙ୍ଗେ ପହଞ୍ଚି ଯାଉଛନ୍ତି ପୋଲିସ।

ଘଟଣାଟି କିଛି ଏମିତି, କାନପୁରର କିଛି ଲୋକ ହେଲ୍ପଲାଇନ୍‌ ନମ୍ବରରେ ଫୋନ୍‌ କରିଥିଲେ। ସେହି ପରିବାର ଦୁଇ ଦିନ ପାଇଁ ଭୋକିଲା ଥିଲେ। ଫୋନ୍‌ ଆସିବା ପରେ ପୋଲିସକର୍ମୀମାନେ ପହଞ୍ଚି ରାସନ୍‌, କ୍ଷୀର ଯୋଗାଇ ଦେଇଥିଲେ।

ଏଚ୍‌ବିଟିୟୁର ଛାତ୍ରମାନେ ମିଳିତ ଭାବେ ଶସ୍ତା ସାନିଟାଇଜର ତିଆରି କରିଛନ୍ତି।  ଏହି ସାନିଟାଇଜରକୁ ଘରେ ସହଜରେ ପ୍ରସ୍ତୁତ କରାଯାଇପାରିବ। ଏହି ଛାତ୍ରମାନେ ଆଲକହଲଯୁକ୍ତ ସାନିଟାଇଜର ପାଇଁ ସ୍ପିରିଟ୍‌, ଏଲୋଭେରା ଜେଲ, ଟି ଟ୍ରି ଅଏଲର ମିଶ୍ରଣରେ ପ୍ରସ୍ତୁତ କରିଥିଲେ।

ଉତ୍ତରପ୍ରଦେଶର ପ୍ରାଥମିକ ଶିକ୍ଷକ ସଙ୍ଘ ଗୋଟେ ଦିନର ବେତନକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଦାନ କରିଛନ୍ତି।

Comment