ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଯୋଗୁଁ ବିହାରର ପାଟଣା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର। ବାହାଘରରେ ନା ଥିଲେ ବରଯାତ୍ରୀ ନା ଆସିଥିଲେ ବନ୍ଧୁବାନ୍ଧବ। ଅନଲାଇନରେ ହେଲା ବାହାଘର ସମ୍ପନ୍ନ।

ବିହାର ପାଟଣା ଜିଲ୍ଲାର ଫୁଲଓ୍ଵାରିରେ ସାଦାବ ନାସିରିନ୍ ନାମକ ଯୁବତୀଙ୍କ ବାହାଘର ଉତ୍ତରପ୍ରଦେଶ ସାହିବାବାଦ ଦାନିଶ୍ ରାଜା ମଧ୍ୟରେ ହେବାକୁ ଥିଲା। ମାର୍ଚ୍ଚ ୨୪ ତାଙ୍କର ବାହାଘର ହୋଇଥାନ୍ତା। କିନ୍ତୁ ଏହାରି ମଧ୍ୟରେ କରୋନା ଭାଇରସର ମହମାରୀ ଯୋଗୁଁ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଭଳି ପରିସ୍ଥିତିରେ ଗୋଟିଏ ଘରୁ ବାହାରିବା ଉପରେ କଟକଣା ଜାରି ହୋଇଥିଲା। ଏହାସହ ସମସ୍ତ ଧାର୍ମିକ କାର୍ଯ୍ୟ ଉପରେ ମଧ୍ୟ ସରକାର ରୋକ୍ ଲଗାଇଥିଲେ। ଫଳରେ ଯୁବକ ଓ ଯୁବତୀ ଅନଲାଇନରେ ବାହା ହେବାକୁ ନିଷ୍ପତ୍ତି ନେଇଥିଲେ। ମାର୍ଚ୍ଚ ୨୪ ତାରିଖରେ ଅନଲାଇନରେ ଉଭୟଙ୍କ ବାହାଘର ଶେଷ ହୋଇଛି।

ଏନେଇ ଯୁବତୀଙ୍କ ବାପା କହିଛନ୍ତି ଯେ, ଲକ୍‌ଡାଉନ ଯୋଗୁଁ ଘରକୁ ବରଯାତ୍ରୀ ଆସି ପାରିନଥାନ୍ତେ। ଏହାସହ କୌଣସି କୁଣିଆଙ୍କୁ ଡାକିବା ସମ୍ଭବ ନଥିଲା। ଏଥିପାଇଁ ଆମେ ଅନଲାଇନ ବାହାଘର ପ୍ରସ୍ତାବରେ ରାଜି ହୋଇଥିଲୁ।

କିଭଳି ହୋଇଥିଲା ଅନଲାଇନ ବାହାଘର?

ଅନଲାଇନ ବାହାଘର ପାଇଁ ଯୁବତୀଙ୍କ ପରିବାର ଲୋକେ ଘରକୁ ଜଣେ ମୌଲାନଙ୍କୁ ଡକାଇଥିଲେ। ସେପଟେ ଉତ୍ତରପ୍ରଦଶରୁ ଯୁବକଙ୍କୁ ଭିଡିଓ କନ୍‌ଫରେନ୍ସିଂ କରାଯାଇଥିଲା। ଗୋଟିଏ କମ୍ପ୍ୟୁଟର ସ୍କ୍ରିନରେ ଯୁବକ ଓ ଆଉ ଗୋଟିଏ କମ୍ପ୍ୟୁଟର ସ୍କ୍ରିନରେ ଯୁବତୀ। ଏହାପରେ ମୌଲାନା ଆରମ୍ଭ କରିଥିଲେ ବାହାଘର। ବାହାଘର ଶେଷ ହେବା ପରେ ନବଦମ୍ପତ୍ତି ମଧ୍ୟ ଅନଲାଇନରେ ହିଁ ଆଶିର୍ବାଦ ନେଇଥିଲେ।

 

ସାରା ବିଶ୍ଵରେ ହଇଚଇ ସୃଷ୍ଟି କରିଛି କରୋନା ଭାଇରସ। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଅନେକ ଦେଶ ଲକ୍‌ଡାଉନ ଘୋଷଣା ହୋଇଛି। ଭାରତରେ ମଧ୍ୟ ଲକ୍‌ଡାଉନ ଘୋଷଣା ହୋଇଛି। ଏହି ସମୟରେ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଉପରେ ସରକାର କଟକଣା ଜାରି କରିଛନ୍ତି। ତେବେ ଏହି ସମୟରେ ବିହାରରୁ ଏହି ମଜାଦାର ଖବର ଶୁଣିବାକୁ ମିଳିଛି। ଲକ୍‌ଡାଉନ ଯୋଗୁଁ ଏଠାରେ ଅନଲାଇନ ବାହାଘର ହୋଇଛି।

ଦେଶରେ କରୋନା ଭାଇରସ କାୟା ବିସ୍ତାର କରିବାକୁ ଲାଗିଛି। ଏଥିପାଇଁ ସାମାଜିକ ଦୂରତା ରକ୍ଷା କରିବା ନିତାନ୍ତ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲୋକଙ୍କୁ ଲକ୍‌ଡାଉନ ନିୟମ ମାନି ସୁରକ୍ଷିତ ରହିବାକୁ ପରାର୍ମଶ ଦିଆଯାଇଛି।

Comment