ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ପ୍ରଭାସ, ପବନ କଲ୍ୟାଣ ଏବଂ ମହେଶ ବାବୁଙ୍କ ପରେ ଅନ୍ୟ ଜଣେ ସାଉଥ୍‌ ସୁପରଷ୍ଟାର କରୋନା ସହ ଯୁଦ୍ଧରେ ତାଙ୍କର ସହାୟତା ଘୋଷଣା କରିଛନ୍ତି। ସେ ହେଲେ ଅଭିନେତା ଅଲ୍ଲୁ ଅର୍ଜୁନ। ସେ ୧.୨୫ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି।

କରୋନା ମହାମାରୀ ବିରୋଧରେ ଲଢ଼ିବା ପାଇଁ ସମଗ୍ର ଦେଶ ମିଳିତ ହୋଇଛି। ଭାଇରସ ସଂକ୍ରମଣର ବୃଦ୍ଧି ଘଟୁଥିବା ବେଳେ ସାଧାରଣ ଜନତାଙ୍କଠାରୁ ସେଲିବ୍ରିଟିଙ୍କ ସମସ୍ତେ ଲକ୍-ଡାଉନ୍ ଅନୁସରଣ କରୁଛନ୍ତି। ସେଲିବ୍ରିଟିମାନେ ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ଅର୍ଥ ଦାନ କରୁଛନ୍ତି।

କେବଳ ଏତିକି ନୁହେଁ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଅନେକ ସେଲିବ୍ରିଟି ଲୋକଙ୍କୁ ଘରେ ରହିବାକୁ ଏବଂ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି।

Comment