ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହମାରୀକୁ ନେଇ ଦୁନିଆ ଯାକର ଲୋକ ଚିନ୍ତାରେ ଅଛନ୍ତି। ଏହାକୁ ରୋକିବା ପାଇଁ ସରକାରମାନେ ବିଭିନ୍ନ ପ୍ରକାର ଉଦ୍ୟମ କରୁଥିବା ବେଳେ ପଶ୍ଚିମବଙ୍ଗରୁ ଏକ ରୋଚକ ଖବର ଆସିଛି।

ପୁରୁଲିଆ ଜିଲ୍ଲାର ଗୋଟିଏ ଗାଁରେ କିଛି ଲୋକ ଗଛ ଉପରେ ରହିବା ଆରମ୍ଭ କରିଛନ୍ତି। କୁହାଯାଉଛି କ୍ୱାରେଣ୍ଟାଇନରେ ରହିବା ପାଇଁ ଘର ଭିତରେ ଅଲଗା ଗମ୍ଭୀରା ନଥିବାରୁ ଶେଷରେ ସେମାନେ ଗଛ ଡାଳକୁ ଘର କରି ନେଇଛନ୍ତି।

ବାଙ୍ଗିଦି ନାମକ ଏକ ଗାଁର କିଛି ଶ୍ରମିକ ନିକଟରେ ଚେନ୍ନାଇରୁ ଫେରିଥିଲେ। କରୋନା ସଂକ୍ରମଣକୁ ରୋକିବା ପାଇଁ ଏମାନେ ନିଜକୁ ଅଲଗା ରଖିବା ପାଇଁ ନିଷ୍ପତ୍ତି ନେଲେ। କିନ୍ତୁ ଘରେ ଅଲଗା ରୁମ ନଥିବାରୁ ସେମାନେ ଗଛ ଉପରେ ଆଇସୋଲେସନ ୱାର୍ଡ ତିଆରି କରିବା ପାଇଁ ଆଗେଇ ଆସିଲେ। ଏବେ ୧୪ ଦିନ ପର୍ଯ୍ୟନ୍ତ ସେହି ଗଛ ଉପରେ ହିଁ ସେମାନେ ଜୀବନ ଅତିବାହିତ କରିବେ।

Comment