ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ଡାକ୍ତରୀ (ମେଡିକୋ), ଅଣଡାକ୍ତରୀ (ନନ୍‌ମେଡିକୋ) ପଦ ପାଇଁ ବିଜ୍ଞପ୍ତି
  • ଡାକ୍ତରୀ ପଦ ପାଇଁ ଦିନକୁ ୫୦୦୦ ଟଙ୍କା
  • ଅଣଡାକ୍ତରୀ ପଦ ପାଇଁ ଦିନକୁ ୨୫୦୦ ଟଙ୍କା
  • ୱାକ୍‌ ଇନ୍‌ ଇଣ୍ଟଭ୍ୟୁ ଜରିଆରେ ଚୟନ ହେବେ ପ୍ରାର୍ଥୀ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଉଛନ୍ତି ବ୍ୟାପକ ପଦକ୍ଷେପ। ଏହି କ୍ରମରେ ଡିପିଏଚ୍‌ଏଲ୍‌ ଏବଂ ସ୍ୱାବ୍‌ ସଂଗ୍ରହ ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଇକ୍ରୋବାୟୋଲୋଜିଷ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସ୍ୱଳ୍ପ ଅବଧି ପାଇଁ ଉଭୟ ଡାକ୍ତରୀ (ମେଡିକୋ) ଏବଂ ଅଣଡାକ୍ତରୀ (ନନ୍‌ମେଡିକୋ) ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ। ଡାକ୍ତରୀ (ମେଡିକୋ) ପଦ ପାଇଁ ଦିନକୁ ୫ ହଜାର ଟଙ୍କା ଏବଂ ଅଣଡାକ୍ତରୀ (ନନ୍‌ମେଡିକୋ) ପାଇଁ ଦିନକୁ ୨୫୦୦ ଟଙ୍କା ମିଳିବ।

ପ୍ରାଥମିକ ପର୍ଯ୍ୟାୟରେ ଏମାନଙ୍କ ନିଯୁକ୍ତି ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ରହିବ। ଆବଶ୍ୟକ ପଡ଼ିଲେ ଏହା ନିଯୁକ୍ତି ଅବଧି ବଢ଼ିପାରେ। ଯେଉଁ ପ୍ରାର୍ଥୀମାନେ ଏହି ପଦବୀରେ ନିଯୁକ୍ତି ପାଇବାକୁ ଚାହୁଁଛନ୍ତି ସେମାନେ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ, ସିଡିଏମ୍‌ ଏବଂ ପିଏଚ୍‌ଓଙ୍କ ପାଖରେ ଆବେଦନ କରି ଇଣ୍ଟରଭ୍ୟୁ ଦେଇପାରିବେ।

Comment