ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ କରୋନା ହେଲ୍ପ ଲାଇନ୍‌ ନମ୍ବର ୧୦୪ ରବିବାର ଘଣ୍ଟାଏ ବନ୍ଦ ରହିବ। ଏହି ହେଲ୍ପ ଲାଇନ୍‌ ନମ୍ବରର ଉନ୍ନତୀକରଣ ପାଇଁ ଆସନ୍ତାକାଲି ସକାଳ ୬ଟାରୁ ୭ଟା ଯାଏଁ ଏହି ସେବା ବନ୍ଦ ରହିବ ବୋଲି ସରକାର ସୂଚନା ଦେଇଛନ୍ତି।

ରାଜ୍ୟ ବାହାରୁ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କରୋନା ସମ୍ପର୍କରେ ତାଜା ସୂଚନା ପାଇବା ପାଇଁ ଲୋକେ ୧୦୪କୁ ଫୋନ୍‌ କରୁଥିଲେ। କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ମଧ୍ୟ ଲୋକେ ୧୦୪ର ସହାୟତା ନେଉଥିଲେ। ଫୋନ୍‌ ପାଇବା ମାତ୍ରେ ୧୦୪ ଟିମ୍‌ ଘର ପାଖରେ ପହଞ୍ଚି ସ୍ଥିତି ସମୀକ୍ଷା କରୁଥିଲେ। କିଏ ମେଡିକାଲ ଯିବ କିମ୍ବା କିଏ ଘରେ କ୍ୱାରେଣ୍ଟାଇନରେ ରହିବ ତାହା ସ୍ଥିର କରୁଥିଲେ ୧୦୪ ଟିମ୍‌। ହେଲେ ଆସନ୍ତାକାଲି ସକାଳେ ଏହି ନମ୍ବର ଘଣ୍ଟାଏ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସରକାର।

ଏପଟେ ରାଜ୍ୟ ବାହାରେ ରହିଥିବା ଓଡ଼ିଆଙ୍କ ସମସ୍ୟା ଜାଣିବା ପାଇଁ ସରକାର ହେଲ୍ପଲାଇନ୍‌ ନମ୍ବର ଏବଂ ହ୍ୱାଟ୍‌ସଆପ୍ ନମ୍ବର ଜାରି କରିଛନ୍ତି। ହେଲ୍ପ ଲାଇନ୍‌ ନମ୍ବର ୦୬୭୪ ୨୩୯୨୧୧୫ ଏବଂ ହ୍ୱାଟ୍‌ସ୍‌ଆପ୍‌ ନମ୍ବର ୯୪୩୮୯୧୫୯୮୬ ଜାରି କରିଛନ୍ତି।

ସରକାରଙ୍କ ପୋର୍ଟାଲରେ ମୋଟ ୭୦୮୦ ଜଣ ପଞ୍ଜୀକରଣ କରିଛନ୍ତି। ୪ ହଜାର ୨୮୬ ଜଣ ବିଦେଶରୁ ଫେରି ପଞ୍ଜୀକରଣ କରିଥିବା ବେଳେ ୨ ହଜାର ୭୯୪ ଜଣ ରାଜ୍ୟ ବାହାରୁ ପଞ୍ଜୀକରଣ କରିଥିବା ସରକାର ସୂଚନା ଦେଇଛନ୍ତି।

Comment