ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ ବର୍ତ୍ତମାନ ସୁଦ୍ଧା ୯୭୯ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୯୩୧ଜଣ ଭାରତୀୟ ହୋଇଥିବାବେଳେ ବାକି ୪୮ ଜଣ ବିଦେଶୀ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରବିବାର ସୂଚନା ଦେଇଛନ୍ତି।

ଏଥିସହିତ ରବିବାର ସୁଦ୍ଧା ଭାରତରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୬ ଜଣ ଲୋକ କରୋନା କାରଣରୁ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଗୁଜୁରାଟରେ ୪  ଜଣ, କର୍ଣ୍ଣାଟକରେ ୩  ଜଣ, ଦିଲ୍ଲୀ ଓ ମଧ୍ୟପ୍ରଦେଶରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଏଥିସହିତ ବିହାର, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, କେରଳ, ପଞ୍ଜାବ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଜଣେ ଲେଖାଏଁ ଲୋକ କରୋନା କାରଣରୁ ମୃତ୍ୟୁବରଣ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଧୀରେଧୀରେ କରୋନା ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି।

Comment