ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ପାଇଁ ଏକତ୍ରିତ ହୋଇଛି ସାରାଦେଶ। କରୋନାର ମୁକାବିଲା ପାଇଁ ସହାୟତାର ହାତ ବଢ଼େଇଛନ୍ତି ସେଲିବ୍ରିଟି। ଦେଶର ସୁରକ୍ଷାରେ ସରକାରଙ୍କୁ ସହାୟତା କରିବା ପାଇଁ ଅର୍ଥଦାନ କରୁଛନ୍ତି ସେମାନେ। ଏହି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡ, ଟଲିଉଡର କଳାକାରମାନେ।

ହ୍ରିତିକ ରୋଶନ

‘ୱାର’ ଅଭିନେତା ହ୍ରିତିକ ରୋଶନ ଏହି ସଙ୍କଟର ମୁକାବିଲା ପାଇଁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଭାରତରେ କରୋନା ଭାଇରସ୍ ମାମଲା ବଢିଥିବା ଦେଖି ରୀତିକ ଏକ ଟ୍ୱିଟ୍ କରି ଘୋଷଣା କରିଛନ୍ତି ଯେ ସେ ବିଏମସି କର୍ମଚାରୀ ଏବଂ ଅନ୍ୟାନ୍ୟ ତଦାରଖକାରୀଙ୍କ ପାଇଁ N95 ଏବଂ FFP3 ମାସ୍କ ଯୋଗାଇଦେବେ।

ହେମା ମାଳିନୀ

ଏହି ଭାଇରସକୁ ପ୍ରତିହତ କରିବା ପାଇଁ MPLADS (ସଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା ସଦସ୍ୟ) ପାଣ୍ଠିରୁ ୧ କୋଟି ଟଙ୍କା ଦାନ କରିଛନ୍ତି।

ସନ୍ନି ଦେଓଲ

ଅଭିନେତା-ରାଜନେତା ସନ୍ନି ଦେଓଲ ମୁକାବିଲା ପାଇଁ ସେ ତାଙ୍କ MPLADS ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଦାନ ଘୋଷଣା କରିଛନ୍ତି ।

ଅକ୍ଷୟ କୁମାର

ଖିଲାଡି କୁମାର ଅକ୍ଷୟ ମଧ୍ୟ ଏହି ବିପଦ ସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ ୫ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ସେହିପରି ସାଉଥ୍‌ ସୁପରଷ୍ଟାରମାନେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକତ୍ରିତ ହୋଇଛନ୍ତି।

ପ୍ରଭାସ

‘ବାହୁବଲୀ’ଷ୍ଟାର  କରୋନା ଭାଇରସ ପାଇଁ ୪ କୋଟି ଟଙ୍କା ଦାନ କରିଛନ୍ତି।  ପ୍ରଭାବସ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ କୋଟି ଟଙ୍କା ଏବଂ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଦାନ ଦେଇଛନ୍ତି।

ପବନ କଲ୍ୟାଣ

ଅଭିନେତା ତଥା ରାଜନେତା ପବନ କଲ୍ୟାଣ ୧  କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ମୋଦୀଙ୍କ ନେତୃତ୍ୱକୁ ‘ପ୍ରେରଣାଦାୟକ’ ଏବଂ ‘ଆଦର୍ଶ’ ବୋଲି କହିଛନ୍ତି ପବନ କଲ୍ୟାଣ।

ରାମ ଚରଣ

ଫିଲ୍ମ ନିର୍ମାତା, ଉଦ୍ୟୋଗୀ ତଥା ତେଲୁଗୁ ଷ୍ଟାର ତାରକା ରାମ ଚରଣ ଘୋଷଣା କରିଛନ୍ତି ଯେ ସେ ଏହି ବିପଦ ସମୟରେ  ୭୫ ଲକ୍ଷ ଟଙ୍କା ଦାନ କରିବେ। ସେହପରି ସୁପରଷ୍ଟାର ମହେଶ ବାବୁ ୧.୨୫ କୋଟି, ଅଲ୍ଲୁ ଅର୍ଜୁନ ୧.୨୫ କୋଟି ଦାନ କରିବାକୁ ଘୋଷଣା କରିଛନ୍ତି।

Comment