ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାହାର ରାଜ୍ୟରେ ପ୍ରାୟ ୧ ଲକ୍ଷରୁ ଅଧିକ ଓଡ଼ିଆ ଫସିଛନ୍ତି। ଏମାନଙ୍କ ସହିତ ଯୋଗାଯୋଗ ରଖିବା ପାଇଁ ଏବଂ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଓଡ଼ିଶା ସରକାର ନୋଡାଲ ଅଫିସରମାନଙ୍କୁ ନିୟୋଜିତ କରିଛନ୍ତି। ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି।

ତେଲେଙ୍ଗାନା ପାଇଁ ୟେଦୁଲା ବିଜୟ, ଆନ୍ଧ୍ର ପାଇଁ ବି ପରମେଶ୍ୱରନ୍‌, ପଶ୍ଚିମବଙ୍ଗ ପାଇଁ ଭାସ୍କରଜ୍ୟୋତି ଶର୍ମା, ଗୁଜରାଟ ପାଇଁ ଜେ ନୀତିନ ଭାନୁଦାସ, ମହାରାଷ୍ଟ୍ର ପାଇଁ ରାଜେଶ ପ୍ରଭାକର ପାଟିଲ, ତାମିଲନାଡୁ ପାଇଁ ଚିତ୍ରା ଅରୁମୁଗମ୍‌, ବିହାର ଓ ଝାଡ଼ଖଣ୍ଡ ଦାୟିତ୍ୱରେ ରହିବେ ମହମ୍ମଦ ସିଦ୍ଦିକ ଆଲାମ, କେରଳ ପାଇଁ ଏମ୍‌ ମୁଥୁକୁମାର, ନୂଆଦିଲ୍ଲୀ ଏସିଆର୍‌ ପାଇଁ ସଞ୍ଜୀବ ମିଶ୍ର ଏବଂ ଅନ୍ୟ ସବୁ ରାଜ୍ୟ ଦାୟିତ୍ୱରେ ଅମିତାଭ ଠାକୁରଙ୍କୁ ନିଯୁକ୍ତି ଦିଆଯାଇଛି।

Comment