ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସ ପାଇଁ ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ବିଶେଷ କରି କିଶୋର କିଶୋରୀମାନଙ୍କର ସ୍କୁଲ, କଲେଜ, କୋଚିଂ ବନ୍ଦ ରହିଛି। ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାରୁ ସାଙ୍ଗ ସାଥୀଙ୍କ ସହିତ ମିଳାମିଶା ମଧ୍ୟ ବନ୍ଦ ରହିଛି। ଫଳରେ ସେମାନେ ନିଜକୁ ଏକୁଟିଆ, ଚିନ୍ତିତ ଅନୁଭବ କରୁଥିବେ ନିଶ୍ଚିତ।

ଏଭଳି ସ୍ଥିତିରେ କିଶୋର କିଶୋରୀମାନେ ନିଜ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ କ’ଣ କରିପାରିବେ ତାହା ଜାଣିବା ଜରୁରୀ।

ମନକୁ ଅନ୍ୟ କାମରେ ବ୍ୟସ୍ତ କରନ୍ତୁ

ମନୋବିଜ୍ଞାନୀଙ୍କ କହିବା ଅନୁସାରେ ଯେତେବେଳେ ଜୀବନରେ କିଛି କଠିନ ପରିସ୍ଥିତି ଆସେ ସେତେବେଳେ ସେହି ସମସ୍ୟାକୁ ୨ଟି ଶ୍ରେଣୀରେ ଭାଗ କରିଦେବା ଉଚିତ। ପ୍ରଥମ ହେଉଛି ମୁଁ କିଛି କରିପାରିବି, ଦ୍ୱିତୀୟ ହେଉଛି ମୁଁ କିଛି କରିପାରିବି ନାହିଁ। ବର୍ତ୍ତମାନ କରୋନା ଭାଇରସ ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଛି ତାହା ଏହି ଦ୍ୱିତୀୟ ଶ୍ରେଣୀରେ ଆସୁଛି। ଅର୍ଥାତ କେହି କିଛି କରିପାରିବେ ନାହିଁ, କେବଳ ସଚେତନତା ହିଁ ସୁରକ୍ଷା। ଏଭଳି ସ୍ଥିତିରେ ମନକୁ ଅନ୍ୟ କାମରେ ବ୍ୟସ୍ତ ରଖିବା ହିଁ ଠିକ। ଏଥିପାଇଁ ଘରେ ବସି ନିଜ ମନ ପସନ୍ଦର ଫିଲ୍ମ ଦେଖିପାରିବେ, ଉପନ୍ୟାସ ପଢ଼ିପାରିବେ, ହୋମ୍‌ ଓ୍ୱର୍କ କରିପାରିବେ। ଏହି ଅଭ୍ୟାସ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବ।

ସାଙ୍ଗମାନଙ୍କ ସହିତ ଯୋଡ଼ି ହେବାକୁ ନୂଆ ଉପାୟ ଖୋଜନ୍ତୁ

ଯଦି ଆପଣ ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି ତଥାପି ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ ଚାହୁଁଛନ୍ତି ତେବେ ସୋସିଆଲ୍ ମିଡିଆ ସବୁଠୁ ଭଲ ମାଧ୍ୟମ| ଆପଣ ଫେସବୁକ, ହ୍ୱାଟସଆପ, ଇନଷ୍ଟାଗ୍ରାମ ଜରିଆରେ ସାଙ୍ଗଙ୍କ ସହ ଯୋଡ଼ି ହୋଇପାରିବେ। ଏହା ଆପଣଙ୍କ ଚିନ୍ତାକୁ କମାଇପାରେ।

ନିଜ ଉପରେ ଧ୍ୟାନ ଦିଅନ୍ତୁ

ଯଦି ଆପଣ ଘରେ ଅଛନ୍ତି ଏବଂ ଏକୁଟିଆ ଅନୁଭବ କରୁଛନ୍ତି ତେବେ ନିଜକୁ ଅଧିକ ଧ୍ୟାନ ଦିଅନ୍ତୁ। କିଛି ନୂଆ କରିବାକୁ ଭାବନ୍ତୁା ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ।

ନିଜକୁ ଖୁସି କରିବାର ବାଟ ଖୋଜନ୍ତୁ

ସାଙ୍ଗସାଥୀଙ୍କ ସହ ଦେଖା ନହେବା, ଖେଳକୁଦ ନକରିବା କିଶୋର କିଶୋରୀଙ୍କୁ ପ୍ରଭାବିତ କରିଥାଏ। ଏହା ସେମାନଙ୍କୁ ଦୁଃଖୀ କରିଦିଏ। ସେଥିପାଇଁ ନିଜକୁ ଖୁସି କରିବାର ବାଟ ଖୋଜନ୍ତୁ ଏବଂ ଖୁସି ହୁଅନ୍ତୁ। ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିଥାଏ।

Comment