ଓଡ଼ିଶାଲାଇଭ୍  କରୋନା ବ୍ୟୁରୋ

ଲକଡାଉନ୍‌ରେ ଦିନସାରା ଘରେ ରହୁଥିବାରୁ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ। ସେଥିପାଇଁ ବ୍ୟାୟାମ କରିବା ଜରୁରୀ।

ସାରା ବିଶ୍ୱରେ କରୋନା ଭାଇରସର ଶିକାର ହୋଇଛନ୍ତି ୭ ଲକ୍ଷରୁ ଅଧିକ ଲୋକ। ୩୩ ହଜାରରୁ ଅଧିକଙ୍କର ପ୍ରାଣହାନି ଘଟିଛି। ସେଥିଯୋଗୁଁ ଅନେକ ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି। ଏହି ଲକଡାଉନ୍‌ରେ ଦିନସାରା ଘରେ ରହୁଥିବାରୁ ଶରୀର ଉପରେ ନକରାତ୍ମକ ପ୍ରଭାବ ପଡ଼ିବା ସ୍ୱାଭାବିକ। ଏହାଛଡ଼ା ମାନସିକ ସ୍ଥିତି ମଧ୍ୟ ଦୁର୍ବଳ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଜରୁରୀ ପରାମର୍ଶ ଦିଆଯାଇଛି।ସେ ଅନୁସାରେ ଲୋକଙ୍କୁ ଶାରୀରିକ ଭାବେ ଫିଟ୍ ରହିବା ପାଇଁ ଦିନକୁ ଅତି କମ୍‌ରେ ୩୦ ମିନିଟ୍ ନିଜ ପାଇଁ ବାହାର କରିବା ଆବଶ୍ୟକ। ସେହିପରି ଛୋଟ ପିଲା ଏକ ଘଣ୍ଟା ଧରି ଶାରିରୀକ କାର୍ଯ୍ୟକଳାପରେ ଭାଗ ନେବା ଦରକାର।

-ଡବ୍ଲ୍ୟୁଏଚଓ ଅନୁସାରେ ଯୁବଗୋଷ୍ଠୀ ଦିନକୁ ଏକ ଘଣ୍ଟା ଅନଲାଇନ୍ କ୍ଲାସ ନେଇପାରିବେ। ସେଥିରୁ ବ୍ୟାୟାମ, ଯୋଗ ଓ ବିଭିନ୍ନ ପ୍ରକାର ୱାର୍କଆଉଟ ଦେଖି ନିଜକୁ ଫିଟ୍ ରଖିହେବ।

-ଶାରିରୀକ ଏବଂ ମାନସିକ ରୋଗରୁ ବର୍ତ୍ତିବା ଲାଗି ଅନଲାଇନ୍ କ୍ଲାସ ମାଧ୍ୟମରେ ନାଚ ବି ଶିଖିପାରିବେ। ପ୍ରାୟ ୩୦ ମିନିଟ୍ ନାଚିଲେ ଆପଣଙ୍କର କ୍ୟାଲୋରୀ ଅନେକ ପରିମାଣରେ କମିବ।

-ସ୍ମାର୍ଟଫୋନ୍‌ରୁ ଭିଡିଓ ଗେମ୍ ବଦଳରେ ଶାରିରୀକ ଭାବେ ଫିଟ୍ ରହିବା ଲାଗି ଛୋଟ-ମୋଟ ଖେଳ ଡାଉନଲୋଡ୍ କରି ଖେଳିପାରିବେ। ସତରଞ୍ଜ, ଲୁଡୁ, କ୍ୟାରମ ବଦଳରେ ପିଲାଙ୍କ ସହ ଆପଣ ଫୁଟବଲ ବା ବ୍ୟାଣ୍ଟମିଣ୍ଟନ ଖେଳିପାରିବେ।

-ସ୍କିପିଂ କରିବା ମଧ୍ୟ ଏକ ଭଲ ବିକଳ୍ପ। ଦୈନିକ ୧୫ ମିନିଟ୍ ଧରି ସ୍କିପିଂ କଲେ ଆପଣଙ୍କର ବହୁ ପରିମାଣରେ ଝାଳ ବାହାରିବ। ଏହାଯୋଗୁ ମାନସିକ ଚାପ ବି ଖୁବ୍ କମିବ।

Comment