ଓଡ଼ିଶାଲାଇଭ୍ ବ୍ୟୁରୋ

ଲକ୍‌ଡାଉନ ସମୟର ସମସ୍ତେ ନିଜ ଘରେ ବସିଛନ୍ତି। ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ କେମିତି ସମୟ ବିତାଉଛନ୍ତି ଏନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ନିଶ୍ଚୟ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏକ ଟୁଇଟ କରି ଏହାର ଉତ୍ତର ଦେଇଛନ୍ତି। ଏଥରୁ ଆପଣ ବୁଝିପାରିବେ ଯେ ମୋଦୀ ସମୟ କେମିତି ବିତାଉଛନ୍ତି।

ମୋଦୀ ଟ୍ୱିଟରରେ ଏକ 3D ଆନିମେଟେଡ୍ ଭିଡିଓ ଜାରି କରିଛନ୍ତି। ଏଥିରେ ବିଭିନ୍ନ ଯୋଗାସନ ଦେଖାଯାଇଛି।  ରବିବାର ଦିନ ‘ମନ୍ କି ବାଟ୍’ କାର୍ଯ୍ୟକ୍ରମରେ କେହି ଜଣେ ମୋଦୀଙ୍କୁ ତାଙ୍କ ଫିଟନେସ୍ ରୁଟିନ୍ ବିଷୟରେ ପଚାରିଥିଲେ ଓ ମୋଦୀ ଲକଡାଉନ ସମୟରେ ସେ କେମିତି ସମୟ ବିତାଉଛନ୍ତି ପଚାରିଥିଲେ।। ଏହାର ଉତ୍ତର ଦେବାକୁ ଯାଇ ମୋଦୀ ଏହି ଭିଡିଓ ସେୟାର କରିଛନ୍ତି। ଅନ୍ୟମାନେ ନିଜକୁ ଫିଟ୍‌ ରଖିବା ପାଇଁ ଏମିତି କରନ୍ତୁ ବୋଲି ସେ କହିଛନ୍ତି।

ମୋଦୀ ତାଙ୍କ ଟୁଇଟରେ କହିଛନ୍ତି, ‘‘ମୁଁ ଫିଟନେସ୍ ଏକ୍ସପର୍ଟ କିମ୍ବା ମେଡିକାଲ୍ ଏକ୍ସପର୍ଟ ନୁହେଁ। ଯୋଗ ଅଭ୍ୟାସ କରିବା ମୋର ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଆସୁଛି।’’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଜୀବନରେ ଯୋଗକୁ ସବୁଠୁ ଅଧିକ ଗୁରୁତ୍ୱ ଦିଅନ୍ତି। ନିଜକୁ ଫିଟ୍ ରଖିବାର ଏକମାତ୍ର ଉପାୟ ଯୋଗ ବୋଲି ମୋଦୀ ଅନେକ ଥର କହିଛନ୍ତି। କରୋନା ଭାଇରସ୍ ଲକଡାଉନ୍ ସମୟରେ ନରେନ୍ଦ୍ର ମୋଦୀ ନିଜକୁ ଫିଟ୍ ରଖିବା ପାଇଁ ଯୋଗ କରୁଛନ୍ତି। ଦେଶବାସୀ ମଧ୍ୟ ଯୋଗ କରି ନିଜକୁ ଫିଟ ରଖନ୍ତୁ ବୋଲି ମୋଦୀ ଅପିଲ୍‌ କରିଛନ୍ତି।

Comment