ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଗତ ରବିବାର ଦିନ ମୃତ୍ୟୁ ସଂଖ୍ୟା ୨୭ ଥିବା ବେଳେ ତାହା ଆଜି ବଢ଼ି ୨୯ରେ ପହଞ୍ଚିଛି। ଏପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୧ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମହାରାଷ୍ଟ୍ରରେ ସର୍ବାଧିକ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। ସକାଳ ୧୦ଟା୩୦ ସୁଦ୍ଧା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି।

କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏହି ଲକ୍‌ଡାଉନ୍‌ ଆଜି ଷଷ୍ଠ ଦିନରେ ପହଞ୍ଚିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲକ୍‌ଡାଉନ୍‌ ଅବଧି କେନ୍ଦ୍ର ସରକାର ବଢ଼ାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏବେ ସେମିତି କିଛି ପ୍ରସ୍ତାବ ନଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comment