ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭୂତାଣୁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। କିନ୍ତୁ, ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏ ପର୍ଯ୍ୟନ୍ତ କୌଣସି ଚିକିତ୍ସା ଓ ମେଡିସିନ୍‌ ପ୍ରସ୍ତୁତ ହୋଇପାରି ନାହିଁ। ଏବେ ଏହି ପ୍ରଶ୍ନ ବାରମ୍ବାର ଉଠୁଛି ଯେ, କରୋନା ଭାଇରସରୁ ନିଜକୁ ବଞ୍ଚାଇବା ପାଇଁ ଟିକା କେବେ ତିଆରି ହେବ?

ଟିକା ପାଇଁ ଗବେଷଣା ଜାରି ରହିଛି। ମଣିଷ ଉପରେ ମଧ୍ୟ ଏକ ଟିକାକୁ ବ୍ୟବହାର କରି ପରୀକ୍ଷା କରାଯାଉଛି। ଫଳରେ ଟିକାର ପ୍ରଭାବ ଜଣାପଡ଼ିବ। ଆଉ କେତେକ ବୈଜ୍ଞାନିକମାନେ ପଶୁମାନଙ୍କ ଉପରେ ଗବେଷଣା ଜୋରସୋରରେ ଚଳାଇଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ମଣିଷ ଏଥିରୁ ଉପକୃତ ହେବେ ବୋଲି ଆଶା କରାଯାଉଛି।    ଏହାର ଅର୍ଥ ହେଉଛି ଅଧା ବର୍ଷ ସରିବା ପରେ ହିଁ ଯାଇ କୌଣସି ଭ୍ୟାକ୍ସିନ୍‌ ବା ଟିକା ବାହାରି ପାରିବ।

ଯଦି ଟିକା ପ୍ରସ୍ତୁତ କରାଯାଏ, ତେବେ ପ୍ରାରମ୍ଭରେ ଏହାର ସପ୍ଲାଇ ସୀମିତ ରହିବ। କରୋନା ଭାଇରସର ସର୍ବାଧିକ ପ୍ରଭାବ ଯୁବକଙ୍କ ଉପରେ ପଡ଼ିଥାଏ। ତେଣୁ ପ୍ରଥମେ ଏହି ଟିକା ବୃଦ୍ଧ ଲୋକଙ୍କୁ ଦେବା ପାଇଁ ପ୍ରାଥମିକତା ଦିଆଯିବ।

ବର୍ତ୍ତମାନ ଡାକ୍ତରମାନେ ଆଣ୍ଟିଭାଇରସ ଔଷଧ ଉପରେ ଟେଷ୍ଟିଂ କରୁଛନ୍ତି। WHOର ଡାକ୍ତରଙ୍କ କହିଛନ୍ତି, ‘‘ବର୍ତ୍ତମାନ ସମୟରେ ଗୋଟିଏ ଔଷଧ ଅଛି, ଯାହା ଆମେ ପ୍ରଭାବଶାଳୀ ବୋଲି ଭାବୁଛୁ। କିନ୍ତୁ ଆମେ ପରୀକ୍ଷା ପରେ କିଛି କହିପାରିବୁ।’’

ଏହା ପୂର୍ବରୁ ଆଶା କରାଯାଉଥିଲା ଯେ ଏଚ୍‌ଆଇଭି ଡ୍ରଗ୍ସ ପ୍ରଭାବଶାଳୀ ରହିବ। ହେଲେ ଏହା କୋଭିଡ-୧୯ରେ ଆକ୍ରାନ୍ତ ଲୋକଙ୍କ ଉପରେ କାମ କରି ନଥିଲା। ଏହା ବ୍ୟତୀତ ଅନ୍ୟ କିଛି ମେଡିସିନ୍‌କୁ ମଧ୍ୟ ଆଶା କରାଯାଉଥିଲା। ଲ୍ୟାବ ଟେଷ୍ଟରେ ଏହି ଔଷଧ ଅନେକ ଜୀବାଣୁକୁ ମାରିଥିଲା, କିନ୍ତୁ ରୋଗୀଙ୍କ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ, ତାହା ଟେଷ୍ଟ ପରେ ହିଁ ଜଣାପଡ଼ିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

Comment