ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ଲକଡାଉନ୍ ପାଇଁ ଲୋକମାନେ ଘରେ ବସି ରହିଛନ୍ତି। ଯେଉଁ କାରଣରୁ ଲୋକମାନେ ଅଧିକାଂଶ ସମୟ ମୋବାଇଲରେ ବିତାଉଛନ୍ତି। ଏହାକୁ ନଜରରେ ରଖି ଜିଓ ଏକ ଦମଦାର ଅଫର୍ ଆଣିଛି।

ଜିଓ ତା’ର ଡାଟା ଭାଉଚରରେ ମିଳୁଥିବା ଇଣ୍ଟରନେଟକୁ ଦୁଇଗୁଣା କରିବା ସହିତ ଏଥିରେ କଲିଂ ସୁବିଧା ଦେଇଛି। ଏହି ସବୁ ରିଚାର୍ଜର ଦାମ ୧୧ଟଙ୍କା, ୨୧ ଟଙ୍କା, ୫୧ ଟଙ୍କା ଓ ୧୦୧ ଟଙ୍କା ରହିଛି।

୧୧ ଟଙ୍କାରେ ଗ୍ରାହକମାନେ ପୂର୍ବରୁ ୪ଶହ ଏମବି ଇଣ୍ଟରନେଟ୍ ପାଉଥିଲେ। ଏବେ କିନ୍ତୁ ଏଥିରେ ୮ ଶହ ଏମବି ଇଣ୍ଟରନେଟ୍ ସହିତ ୭୫ ମିନିଟ୍ କଲିଂ ସୁବିଧା ମିଳୁଛି। ସେହିପରି ୨୧ଟଙ୍କାରେ ୨ ଜିବି ଡାଟା ସହ ୨ଶହ ମିନିଟ୍ କଲିଂ ସୁବିଧା ଗ୍ରାହକମାନେ ପାଇପାରୁଛନ୍ତି।

ଏଥିସହ ୫୧ ଟଙ୍କା ଓ ୧୦୧ ଟଙ୍କାରେ ଗ୍ରାହକମାନେ ଯଥାକ୍ରମେ ୬ ଜିବି ଓ ୧୨ ଜିବି ଡାଟା ସହିତ କଲିଂ ସୁବିଧା ପାଇପାରୁଛନ୍ତି। ଏହା ଗ୍ରାହକମାନଙ୍କ ପାଇଁ ଲାଭବାନ ହେବା ସହିତ ୱର୍କ ଫ୍ରମ ହୋମ୍ କରୁଥିବା କର୍ମଚାରୀଙ୍କୁ ମଧ୍ୟ ସୁବିଧା ଯୋଗାଉଛି।

Comment