ଓଡ଼ିଶାଲାଇଭ୍  କରୋନା ବ୍ୟୁରୋ

ଚତୁର୍ଥ ଥର ମଧ୍ୟ କନିକାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏଥିରେ ତାଙ୍କ  ପରିବାର ଲୋକେ ଖୁବ୍ ବ୍ୟସ୍ତ ହୋଇ ପଡ଼ିଛନ୍ତି। କନିକା ବର୍ତ୍ତମାନ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଛନ୍ତି।

କନିକା ମାର୍ଚ୍ଚ ୯ ତାରିଖରେ ଲଣ୍ଡନରୁ ଭାରତକୁ ଫେରିଥିଲେ। ତା’ ପରେ ଅନେକ ସମାରୋହରେ ଭାଗ ନେଇଥିଲେ। କରୋନା ଲକ୍ଷଣ ଦେଖାଯିବା ପରେ ମାର୍ଚ୍ଚ ୨୦ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଶ୍ୱସ୍ତିର କଥା ହେଲା ସେ ଯେଉଁ ଲୋକଙ୍କ ସହ ପାର୍ଟିରେ ଭାଗ ନେଇଥିଲେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

ସେପଟେ ହସ୍ପିଟାଲ ପକ୍ଷରୁ କନିକାଙ୍କର ଖୁବ୍ ଯତ୍ନ ନିଆଯାଉଛି। ତାଙ୍କୁ ଆଇସୋଲେସନ୍‌ରେ ରଖାଯାଇଥିବାବେଳେ ତାଙ୍କର ଦେଖାଶୁଣା ପାଇଁ ୬ ଜଣ ନର୍ସ ନିଯୁକ୍ତ ହୋଇଛନ୍ତି। ପ୍ରତି ୪ ଘଣ୍ଟାରେ ନର୍ସଙ୍କର ସିଫ୍ଟ ପରିବର୍ତ୍ତନ ହେଉଛି। ସେମାନେ କନିକାଙ୍କୁ ଔଷଧ ଖୁଆଇବାଠାରୁ ଆରମ୍ଭ କରି ସବୁପ୍ରକାର ସେବା କରୁଛନ୍ତି।

Comment