ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକଡାଉନ ସମୟ ବୃଦ୍ଧି ପାଇବ ନାହିଁ। କେନ୍ଦ୍ର ସରକାର ଏନେଇ ଏକ ସ୍ପଷ୍ଟୀକରଣ ଦେଇଛନ୍ତି। ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ତାଲାବନ୍ଦ ନିର୍ଦ୍ଧାରିତ ୨୧ ଦିନରେ ହିଁ ଶେଷ ହେବ।

କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଏକ ବିବୃତିକୁ ଉଦ୍ଧାର କରି ପିଆଇବି ଓ ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି। ସରକାର ଲକଡାଉନ ସମୟକୁ ବୃଦ୍ଧି କରିପାରନ୍ତି ବୋଲି ପ୍ରଚାରିତ ଏକ ଖବରକୁ ସରକାରଙ୍କ ଏହି ଦୁଇ ସଂସ୍ଥା ପକ୍ଷରୁ ଖଣ୍ଡନ କରାଯାଇଛି।

ଏଭଳି କୌଣସି ଯୋଜନା ନାହିଁ ବୋଲି କହିବା ସହ ଏ ସଂକ୍ରାନ୍ତ ଖବର ଭିତ୍ତିହୀନ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଗତ କିଛି ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲକଡାଉନ ସମୟ ବଢ଼ିପାରେ ବୋଲି ସୋସିଆଲ ମିଡ଼ିଆ ଓ ମେନଷ୍ଟ୍ରିମ ମିଡିଆରେ ଏକ ଖବର ଜୋର ଧରିଥିଲା।

Comment