ଓଡ଼ିଶାଲାଇଭ୍ ବ୍ୟୁରୋ

ଏୟାରଟେଲ ଟେଲିକମ କମ୍ପାନିର ମାଇ ଏୟାରଟେଲ ଆପ ଏବେ ନୂଆ ରୂପରେ ଲଞ୍ଚ ହୋଇଛି। ମାଇଁ ଏୟାରଟେଲ ଏବେ ଏୟାରଟେଲ ଥାଙ୍କ୍ସ ଆପକୁ ଅପଗ୍ରେଡ୍ ହୋଇଛି। ଏବେ ଏହି ଆପ୍ ମାଧ୍ୟମରେ ଆପଣ ନିଜର ମୋବାଇଲ ଓ ଡିଟିଏଚ ଆଦି ରିଚାର୍ଜ କରି ପାରିବେ। ଖାଲି ସେତିକି ନୁହେଁ ଆପଣ ନିଜ ସାଙ୍ଗସାଥୀଙ୍କୁ ଏହି ଆପ୍‌ ମାଧ୍ୟମରେ ଟଙ୍କା ମଧ୍ୟ ପଠାଇ ପାରିବେ।

କରୋନା ଭାଇରସ ଯୋଗୁଁ ଦେଶରେ ଏପ୍ରିଲ ୧୪ ଯାଏଁ ଲକ୍‌ଡାଉନ ଘୋଷଣା ହୋଇଛି। ଏହି ସମୟରେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଉଛି। ଏୟାରଟେଲ ଥାଙ୍କ୍ସ ଆପ ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ବାହାରକୁ ଆପଣଙ୍କୁ ବିଲ ପେମେଣ୍ଟ କରବା ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ। ଘରେ ବସି ହାତ ପାହନ୍ତରେ ସମସ୍ତ ପେମେଣ୍ଟ ଓ ରିଚାର୍ଜ ହୋଇ ପାରିବ।

କେମିତି କରିବେ ଡାଉନଲୋଡ୍?

  • ପ୍ରଥମେ ଆପଣଙ୍କ ସ୍ମାର୍ଟଫୋନର ପ୍ଲେ ଷ୍ଟୋର କିମ୍ବା ଆପ ଷ୍ଟୋରକୁ ଯାଆନ୍ତୁ।
  • ସେଠାରେ ଏୟାରଟେଲ ଥାଙ୍କ୍ସ ଆପ କିମ୍ବା ଥାଙ୍କ୍ସ ଆପ ସର୍ଚ୍ଚ କରନ୍ତୁ।
  • ଏହାପରେ ଆପ୍‌କୁ ଡାଉନଲୋଡ କରନ୍ତୁ।
  • ଡାଉନଲୋଡ ହେବାପରେ ଏହି ଆପରେ ଲଗଇନ୍ କରି ଆପଣଙ୍କ ମୋବାଇଲ ନମ୍ବର ଲଗଇନ କରନ୍ତୁ।

କେମିତି କରିବେ ମୋବାଇଲ ରିଚାର୍ଜ?

  • ପ୍ରଥମେ ଏୟାରଟେଲ ଥାଙ୍କ୍ସ ଆପ ଖୋଲନ୍ତୁ।
  • ଏହାପରେ ରିଚାର୍ଜ ଅପସନ୍‌କୁ ଯାଆନ୍ତୁ।
  • ସେଠାରେ ମୋବାଇଲ ନମ୍ବର ଡାଏଲ କରନ୍ତୁ।
  • ଏହାପରେ ଯେତେ ଟଙ୍କା ରିଚାର୍ଜ କରିବାକୁ ଚାହୁଁଛନ୍ତି ତାହାକୁ କ୍ଲିକ କରନ୍ତୁ।
  • ଏହାପରେ କେମିତି ପେମେଣ୍ଟ କରିବାକୁ ଚାହୁଁଛନ୍ତି ଡେବିଟ କାର୍ଡ, କ୍ରେଡିଟ କାର୍ଡ ବା ୟୁପିଆଇକୁ ସିଲେକ୍ଟ କରନ୍ତୁ।
  • ଏହାପର ଆପଣ ରେଜିଷ୍ଟର କରିଥିବା ମୋବାଇଲ ନମ୍ବରୁ ଏକ OTP ଆସିବ।
  • ଏହି OTPକୁ ଆପଣ ପେମେଣ୍ଟ ପେଜରେ ଦିଅନ୍ତୁ। ଏହାପରେ ଆପଣଙ୍କ ମୋବାଇଲ ରିଚାର୍ଜ ହୋଇଯିବ।

କେମିତି କରିବେ ଡିଟିଏଚ ରିଚାର୍ଜ?

  • ପ୍ରଥମେ ଏୟାରଟେଲ ଥାଙ୍କ୍ସ ଆପ ଖୋଲନ୍ତୁ।
  • ପ୍ରଥମେ ଏୟାରଟେଲ ଥାଙ୍କ୍ସ ଆପ ଖୋଲନ୍ତୁ।
  • ଏହାପରେ ଡିଟିଏଚ ଅପସନକୁ ଯାଆନ୍ତୁ।
  • ଡିଟିଏଚ ଅପସନରେ ନିଜର ଡିଟିଏଚ ପ୍ଲାନ ଉପରେ କ୍ଲିକ କରନ୍ତୁ।
  • ଏହାପରେ କେମିତି ପେମେଣ୍ଟ କରିବାକୁ ଚାହୁଁଛନ୍ତି ଡେବିଟ କାର୍ଡ, କ୍ରେଡିଟ କାର୍ଡ ବା ୟୁପିଆଇକୁ ସିଲେକ୍ଟ କରନ୍ତୁ।
  • ଏହାପର ଆପଣ ରେଜିଷ୍ଟର କରିଥିବା ମୋବାଇଲ ନମ୍ବରୁ ଏକ OTP ଆସିବ। ଏହି OTPକୁ ପେମେଣ୍ଟ ପେଜରେ ଦେଇ ରିଚାର୍ଜ କରନ୍ତୁ।

ଏହି ଆପକୁ ଆପଣ ଅନ୍ୟମାନଙ୍କୁ ରେଫର କରି ଆପଣଙ୍କ ଥାଙ୍କ୍ସ ଆପ ଓ୍ଵାଲେଟରେ ଟଙ୍କା ମଧ୍ୟ ପାଇପାରିବେ।

Comment