ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

corona-virus-test

କରୋନା ଭୂତାଣୁ ସଂକ୍ରମଣ ହେତୁ ସମଗ୍ର ବିଶ୍ୱ ଏକ ପ୍ରକାର ଠପ୍‌ ହୋଇଯାଇଛି। ଯେଉଁ ସ୍ଥାନଗୁଡ଼ିକ ଦିନେ ଜନସମୁଦ୍ରରେ ପୂର୍ଣ୍ଣ ଥିଲା, ଏବେ ସେ ସ୍ଥାନ ଖାଁ ଖାଁ। ସ୍କୁଲରୁ କଲେଜ୍, କଲେଜରୁ କମ୍ପାନି ସବୁ ବନ୍ଦ ଅଛି। ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଏଥିରୁ ପ୍ରଭାବିତ ହୋଇଛି।

ଏହା ଏକ ରୋଗ ବିରୋଧରେ ବିଶ୍ୱସ୍ତରୀୟ ପ୍ରତିକ୍ରିୟା। ହେଲେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏହିସବୁ ଲଢ଼େଇ କେବେ ଶେଷ ହେବ ଓ ଲୋକମାନେ ସେମାନଙ୍କର ସାଧାରଣ ଜୀବନକୁ ପୁଣି ଫେରିଯିବେ।

ଏହି ସଙ୍କଟରୁ ବାହାରିବା ପାଇଁ କେବଳ ତିନୋଟି ରାସ୍ତା।

  • ଟିକା
  • ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତିର ବିକାଶ।
  • ମଣିଷ ସମାଜରେ ପରିବର୍ତ୍ତନ।

ଗୋଟିଏ ଟିକା ଶରୀରରେ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। ଏହି ସପ୍ତାହରେ ଆମେରିକାର ଜଣେ ବ୍ୟକ୍ତିଙ୍କ ଉପରେ କରୋନା ଭୂତାଣୁର ଟିକା ପରୀକ୍ଷା କରାଯାଇଥିଲା। ଗବେଷକମାନେ ଏହି ଟିକାକୁ ପଶୁପକ୍ଷୀଙ୍କ ଉପରେ ଆଗ ପ୍ରୟୋଗ କରିବା ପରିବର୍ତ୍ତେ ମଣିଷ ଉପରେ ପ୍ରୟୋଗ କରିଥିଲେ। କରୋନା ମୁକାବିଲା ପାଇଁ ଟିକାର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି ହେଲେ ଏହା ସଫଳ ହେବ କି ନାହିଁ, ତାହାର କୌଣସି ଗ୍ୟାରେଣ୍ଟି ନାହିଁ। କିନ୍ତୁ, ଅନୁମାନ କରାଯାଉଛି ଯେ, ୧୨ରୁ ୧୮ ମାସ ମଧ୍ୟରେ ଏହି ଟିକା ପ୍ରସ୍ତୁତ କରାଯାଇପାରିବ।

ବ୍ରିଟେନ୍‌ର ଜଣେ ଗବେଷକ କହିଛନ୍ତି, ‘‘କରୋନା ସଙ୍କଟରୁ କେବଳ ଟିକା ହିଁ ମୁକ୍ତି ଦେଇପାରିବ। ମୁଁ ଆଶା କରୁଛି ଏହା ଶୀଘ୍ର ଘଟିବ।’’

Comment