ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାକୁ ହରାଇଲେ ଦୁଇ ବୃଦ୍ଧ। ଯେଉଁଠି ଗବେଷକମାନେ କହୁଛନ୍ତି କରୋନା ଭାଇରସ ବୃଦ୍ଧଙ୍କ କ୍ଷେତ୍ରରେ ଅଧିକ କ୍ଷତିକାରକ, ସେଇଠି ୯୩ ବର୍ଷୀୟ ଥୋମାସ୍‌ ଓ ତାଙ୍କ ପତ୍ନୀ ୮୮ ବର୍ଷୀୟ ମରିୟମ୍‌ କରୋନାକୁ ପରାସ୍ତ କରି ଦେଖାଇଛନ୍ତି। ଆଉ ଗୋଟିଏ ଆଶ୍ଚର୍ଯ୍ୟର କଥା ହେଲା ଉଭୟଙ୍କର ଡାଇବେଟିସ୍‌ ଓ ଉଚ୍ଚରକ୍ତଚାପ ସମସ୍ୟା ମଧ୍ୟ ଥିଲ।। ଏଭଳି ସମସ୍ୟା ରହିଥିଲେ କରୋନା ରୋଗୀଙ୍କ ପାଇଁ ମାରାତ୍ମକ ବୋଲି କୁହାଯାଉଛି।

ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ମତ ଅନୁଯାୟୀ, ବୟସ୍କ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ସେମାନେ କରୋନା ଭାଇରସ ଦ୍ଵାରା ଶୀଘ୍ର ପ୍ରଭାବିତ ହେବେ। ଯଦି କରୋନାରେ ଆ୍ରକାନ୍ତ ହୁଅନ୍ତି, ତେବେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବ। କିନ୍ତୁ କେରଳରେ ଏହି ଦୁଇ ବୃଦ୍ଧ କରୋନାକୁ ଜିତି ସୁସ୍ଥ ହେବା ପରେ ଅନ୍ୟ କେତେ ବୃଦ୍ଧଙ୍କୁ ଏକ ପ୍ରକାର ଆଶ୍ଵସ୍ତି ମିଳିଛି।

ଥୋମାସଙ୍କ ପୁଅ, ବୋହୂ, ନାତି ଓ ଅନ୍ୟ ଦୁଇ ସମ୍ପର୍କୀୟ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଥୋମାସ୍‌ଙ୍କ ପୁଅ ଫେବ୍ରୁଆରି ୨ରେ ଇଟାଲିରୁ ଫେରିଥିଲେ। ଥୋମାସ୍‌ ଯେଉଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ସେଠାକାର ଡାକ୍ତରଙ୍କ କହିବା କଥା ଯେ, ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି କରୋନାକୁ ପରାସ୍ତ କରିବା ନିଶ୍ଚିତ ଭାବରେ ଏକ ବଡ଼ ସଫଳତା।

ତେବେ ଥୋମାସ୍‌ ଏବଂ ତାଙ୍କ ପତ୍ନୀକୁ ଖୁବ୍‌ଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବ।

Comment