ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଗୀତ ଗାଇ କରୋନା ସଚେତନତା କରାଇଲେ ଓ୍ଵେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଡ୍ଵେନ୍‌ ବ୍ରାଭୋ। ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ “ଓ୍ଵି ନଟ୍‌ ଗିଭିଂ ଅପ” ନାମରେ ସେ ଗୀତ ରିଲିଜ୍ କରିଛନ୍ତି। ଏହି ଗୀତକୁ ତାଙ୍କ ଫ୍ୟାନମାନେ ବେଶ ପସନ୍ଦ ମଧ୍ୟ କରୁଛନ୍ତି।

ସାରା ବିଶ୍ଵରେ ମହାମାରୀ ରୂପ ନେଇଛି କରୋନା ଭାଇରସ। ବର୍ତ୍ତମାନ ସୁଦ୍ଧା ବିଶ୍ଵରେ ୨୭ହଜାରରୁ ଅଧିକ ଲୋକେ କୋରନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଭଳି ପରିସ୍ଥିତିରେ ଡ୍ଵେନ୍ ବ୍ରାଭୋ ଗୀତ ଗାଇ କରୋନା ଆକ୍ରାନ୍ତଙ୍କୁ ପ୍ରେରଣା ଯୋଗାଇବାକୁ ଚେଷ୍ଟା କରିଛନ୍ତି। ଏହାସହ ଏହି ଭାଇରସଠାରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ସଚେତନେ ରହିବାକୁ ଅପିଲ କରିଛନ୍ତି।

ଗୀତରେ ସେ କରୋନାକୁ ରୋକିବାକୁ ବିଶ୍ଵବାସୀଙ୍କୁ ଏକ ହେବାକୁ କହିଛନ୍ତି। କରୋନା ପାଇଁ ଜାରି ହୋଇଥିବା ସମସ୍ତ ସଚେତନତା ମାନିବାକୁ ପରାମର୍ଶ ଦେଇଛନ୍ତି। ଯେପରି ସମାଜିକ ଦୂରତା ରକ୍ଷା କରିବା, ନିୟମିତ ଅନ୍ତରାଳରେ ହାତ ଧୋଇବା ଓ ଦରକାର ନଥିଲେ ଘରୁ ନବାହାରିବାକୁ କହିଛନ୍ତି। ଏହାସହ ଯେଉଁ ଯେଉଁ ଦେଶରେ କରୋନା ଭାଇରସ ବ୍ୟାପିଛି ସେଠାରେ ଲୋକଙ୍କୁ ବିଚଳିତ ନହୋଇ ଏହାର ସାମ୍ନା କରିବାକୁ କହୁଛନ୍ତି।

୩ମିନିଟର ଏହି ଗୀତରେ ବିଶ୍ଵର ସମସ୍ତ ଜରୁରୀ କାଳୀନ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ବ୍ରାଭୋ।

କ୍ରିକେଟ ଖେଳିବା ସହ ଗୀତ ଗାଇବାରେ ବେଶ ରୁଚି ରଖନ୍ତି ଓ୍ଵେଷ୍ଟଇଣ୍ଡିଜ୍ କ୍ରିକେଟର ଡ୍ଵେନ ବ୍ରାଭୋ। ପୂର୍ବୁରୁ ସେ “ଚାମ୍ପିୟାନ” ଗୀତ ଗାଇ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ। ଏବେ ପୁଣି କରୋନାକୁ ଗୀତକୁ ନେଇ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ସାଧୁବାଦ ଜଣାଉଛନ୍ତି।

କରୋନାକୁ ନେଇ ବହୁ କ୍ରିକେଟର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ସେୟାର କରି ଲୋକଙ୍କୁ ସଚେତନ କରାଉଛନ୍ତି। କଛି ଦିନ ତଳେ ଭାରତୀୟ କ୍ରିକେଟ ଟିମ୍ର କ୍ୟାପଟେନ ବିରାଟ କୋହଲି ଏକ ଭିଡିଓ ସେୟାର କରି ଲୋକଙ୍କୁ ସଚେତନ କରାଇଥିଲେ। ଏହାସହ ଭାରତୀୟ ଓପନର୍ ରୋହତ୍ ଶର୍ମା ଓ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ମଧ୍ୟ ଲୋକଙ୍କୁ ସଚେତନ କରାଇଛନ୍ତି। ନ୍ୟୁଜିଲାଣ୍ଡ ବୋଲର ଆଇସ ସୋଢି ମଧ୍ୟ  କରୋନାକୁ ନେଇ ଏକ ରାପ ଗୀତ ଗାଇ ଲୋକଙ୍କୁ ସଚେତନ କରିଥିଲେ।

ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ ବିଶ୍ଵର ୧୯୯ଟି ଦେଶକୁ ବ୍ୟାପିଛି। ୨୭ହଜାରରୁ ଅଧିକ ଲୋକଙ୍କୁ ଏହି ମାରାତ୍ମକ ରୋଗରେ ପ୍ରାଣ ହରାଇଛନ୍ତି। କରୋନା ଭାଇରସ ପାଇଁ ଏଯାଏଁ କୌଣସି ଔଷଧ ବାହାରି ପାରିନାହିଁ। ଏଥିପାଇଁ ଏକମାତ୍ର ଔଷଧ ହେଉଛି ସାମାଜିକ ଦୂରତା ରକ୍ଷା କରିବା। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Comment