ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କୋରାନା ଭାଇରସ ସଂକ୍ରମଣ ଭୟରେ ଏବେ ଲକଡାଉନ୍‌ରେ ସାରା ଦେଶ। ଏପ୍ରିଲ ୧୫ ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ଘୋଷଣା ବଡ଼ମାନଙ୍କ ଅପେକ୍ଷା ଛୋଟ ପିଲାଙ୍କ ପାଇଁ ସୃଷ୍ଟି କରିଛି ଅଧିକ ସମସ୍ୟା। ଘରେ ରହି ସେମାନେ ବୋର୍ ହେଉଥିବାବେଳେ ଆପଣ ଚାହିଁଲେ ସେମାନଙ୍କୁ ନୂଆ କଥା ଶିଖାଇ ଏହି ସମୟର ସଦ୍‌ବିନିଯୋଗ କରାଇପାରିବେ।

child care

  • ସ୍କୁଲ ବନ୍ଦ ହେବାର ଅର୍ଥ ନୁହେଁ ଯେ ପିଲାମାନେ ଏହି ସମୟରେ କିଛି ଶିଖିପାରିବେ ନାହିଁ। ସେମାନଙ୍କୁ ବିଭିନ୍ନ ୱେବସାଇଟ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ କଥା ଶିଖାଇପାରିବେ। ଅନଲାଇନ ସ୍ପୋକନ ଇଂଲିଶ କ୍ଲାସ, ମ୍ୟାଥ କ୍ଲାସ, ଆର୍ଟ କ୍ଲାସ, ଡ୍ୟାନ୍ସ କ୍ଲାସରେ ଆଡମିଶନ୍ କରାଇପାରିବେ। ତେବେ ଏହି କ୍ଲାସ ଚାଲିଥିବା ସମୟରେ ଆପଣ ଯେପରି ସେମାନଙ୍କ ପାଖରେ ବସିବେ ତାହା ସୁନିଶ୍ଚିତ କରନ୍ତୁ। ନହେଲେ ପିଲାମାନେ ତାର ଫାଇଦା ନେଇ ଅନଲାଇନ୍‌ରେ ଗେମ୍ ଖେଳିବା ଆରମ୍ଭ କରିଦେବେ।

corona awareness

  • ପିଲାଙ୍କୁ ପରଦିନ କେଉଁ କାମରେ ବିନିଯୋଗ କରିବେ ସେନେଇ ପୂର୍ବଦିନ ରାତିରୁ ଯୋଜନା ପ୍ରସ୍ତୁତ କରନ୍ତୁ। ଆପଣ ଚାହିଁଲେ ନିଜେ ସେମାନଙ୍କୁ ଯୋଗ, ପ୍ରାଣାୟମ ଶିଖାଇ ପାରିବେ। ଏହାଦ୍ୱାରା ସେମାନଙ୍କର ମନ ସ୍ଥିର ହେବା ସହିତ ଧୀଶକ୍ତିରେ ବୃଦ୍ଧି ହେବ।
  • ଏହାଛଡ଼ା ଚେସ, ସୁଡୋକ୍ୟୁ ଭଳି ଗେମ୍ ଖେଳିବାକୁ ପ୍ରୋତ୍ସାହିତ କରନ୍ତୁ। ଏହି ଖେଳ ସେମାନଙ୍କୁ ବ୍ୟସ୍ତ ରଖିବା ସହିତ ମସ୍ତିଷ୍କକୁ ତୀକ୍ଷଣ କରିବ।

child clean home

  • ପିଲାଙ୍କୁ ଏହି ଛୁଟି ସମୟରେ ଘର କାମ ବି ଶିଖାନ୍ତୁ। ସେମାନଙ୍କୁ ରୁଟି ତିଆରି କରିବା, ଟେବଲ୍ ସଜାଡ଼ିବା, ବଗିଚାରେ ଗଛରେ ପାଣି ଦେବା, ନିଜ ପୋଷାକପତ୍ରକୁ ଭାଙ୍ଗି ରଖିବା ପ୍ରଭୃତି ଶିଖାନ୍ତୁ। ଏହି କାମ ଜୀବନରେ ସେମାନଙ୍କର କେବେ ନା କେବେ କାମରେ ଆସିବ। ପୁଣି ଏହା ମଧ୍ୟ ସେମାନଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରିବ।
  • ସାଧାରଣତଃ ପିଲାମାନେ ସ୍କୁଲ, ଟ୍ୟୁସନ ପଢ଼ା ମଧ୍ୟରେ ବ୍ୟସ୍ତ ରହି ପରିବାର ଲୋକଙ୍କ ସହିତ ମିଳାମିଶା କରିବାକୁ ଅଧିକ ସମୟ ପାଆନ୍ତି ନାହିଁ। ତେଣୁ ଏହି ସମୟରେ ସେମାନଙ୍କୁ ଘରର ଅନ୍ୟାନ୍ୟ ସଦସ୍ୟଙ୍କ ସହ ମିଶିବାକୁ ଶିଖାନ୍ତୁ। ବିଶେଷକରି ବୟସ୍କ ଲୋକଙ୍କ ସହିତ ମିଶିବା, ସେମାନଙ୍କଠାରୁ କାହାଣୀ ଶୁଣିବାକୁ ସେମାନଙ୍କୁ ପ୍ରୋତ୍ସାହିତ କରନ୍ତୁ। ଏହା ପାରିବାରିକ ବନ୍ଧନକୁ ସୁଦୃଢ କରିବା ସହିତ ପିଲାମାନଙ୍କ ମନରେ ପରିବାର ପ୍ରତି ନିଷ୍ଠା ଆଣିବ।

Comment