ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଲକ୍‌ଡାଉନ ଯୋଗୁଁ ଗାଡ଼ି ପରମିଟ୍ ଅବଧି ବଢ଼ିଲା। ଫେବ୍ରୁଆରି ୧ରୁ ଯେଉଁ ଗାଡ଼ିର ପରମିଟ୍ ଅବଧି ସରୁଛି ଜୁନ ୩୦ ତାରିଖ ଯାଏଁ ତାହା ବୈଧ ରହିବ। ଏହାସହ ଜୁନ ୩୦ ତାରିଖ ମଧ୍ୟରେ ଯେଉଁ ମାନଙ୍କ ଗାଡ଼ି ପରମିଟ ଅବଧି ଶେଷ ହେଉଛି ସେମାନଙ୍କ ପାଇଁ ବି ଏହି ନିୟମ ଲାଗୁ ହେବ। ଏନେଇ କନ୍ଦ୍ର ପରିବହନ ମନ୍ତ୍ରାଳୟ ସୂଚନା ଦେଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲକ୍‌ଡାଉନ ଯୋଗୁଁ ପରିବହନ କାର୍ଯ୍ୟାଳୟ ବନ୍ଦ ରହିଛି। ଫଳରେ ଗାଡ଼ି ପରମିଟ ନବୀକରଣ କରିବା ସମ୍ଭଭ ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ପରିବହନ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି। ଏହାସହ ଗାଡିର ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ, କିମ୍ବା ପଲ୍ୟୁସନ ବୈଧତା ଫେବ୍ରୁଆରି ୧ରେ ଶେଷ ହେଉଥିଲେ ସୁଦ୍ଧା ଏହା ଜୁନ ୩୦ତାରିଖ ଯାଏଁ ବୈଧ ରହିବ।

ଜୁନ ୩୦ତାରିଖ ପର୍ଯ୍ୟନ୍ତ କୌଣସି ସ୍ଥାନରେ ଗାଡ଼ି ଯାଞ୍ଚ ହେଉଥିଲେ ଗାଡିର ଡିଏଲ କିମ୍ବା ଅନ୍ୟ କୌଣସି ଗାଡି ପ୍ରମାଣପତ୍ର ପାଇଁ ଜରିମାନା ଆଦାୟ ହେବ ନାହିଁ। ଏନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

କରୋନା ମୁକାବିଲା ପାଇଁ ସାରାକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧ହଜାର ୧୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ୩୨ଜଣଙ୍କ ମୃତ୍ୟୁ ହୋଇ ସାରିଛି। କରୋନାକୁ ନେଇ ବାରମ୍ବାର ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି।

Comment