ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଏକ ଧାର୍ମିକ ସଭାରେ ଯୋଗଦେଇ ୨୪ଜଣ କରୋନା ସଂକ୍ରିମିତ ହୋଇଛନ୍ତି।  ୨୪ଜଣ ଦିଲ୍ଲୀବାସିନ୍ଦା ବୋଲି ଜଣା ପଡ଼ିଛି। ସେହିଭଳି ତେଲେଙ୍ଗାନାରେ କରୋନାରୁ ମୃତ୍ୟୁ ୧୧ଜଣଙ୍କ ମଧ୍ୟରୁ ୯ଜଣ ଏହି ସଭାରେ ଯୋଗଥିବା ନେଇ ଜଣାପଡ଼ିଛି। ଏନେଇ ଦିଲ୍ଲୀ ସ୍ଵାସ୍ଥ୍ୟମନ୍ତ୍ରୀ ସତେନ୍ଦର ଜୈନ ସୂଚନା ଦେଇଛନ୍ତି। ଏହି ସମାବେଶରେ ଦେଶ ଓ ଦେଶ ବାହାରୁ ପ୍ରାୟ ୧ହଜାର ୫ଶହରୁ ୨ହଜାର ଲୋକ ଏକତ୍ରିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧ହଜାର ୩୩ ଜଣଙ୍କୁ ଚିହ୍ନଟ କରାଯାଇଛି।

ମାର୍ଚ୍ଚ ୧ରୁ ୧୫ତାରିଖ ଯାଏଁ ନିଜାମୁଦ୍ଦିନ ଅଞ୍ଚଳରେ ଏହି ସମାବେଶ ଚାଲିଥିଲା। ସମାବେଶ ପାଇଁ ଦିଲ୍ଲୀ ପୋଲିସ ଅନୁମତି ଦେଇଥିଲା। ଏହି ସମାବେଶରେ ସାମିଲ ହୋଇଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୭ଶହ ଜଣଙ୍କୁ କ୍ଵାରେଣ୍ଟାଇନ ସେଣ୍ଟରକୁ ପଠାଯାଇଛି। କର୍ଣ୍ଣାଟକ ଓ ତାମିଲନାଡ଼ୁରୁ କିଛି ଲୋକ ମଧ୍ୟ ଏଥିରେ ଯୋଗ ଦେଇଥିବା ଆଶଙ୍କା କରାଯାଉଛି। ଏହାଛଡ଼ା ଏଥିରେ ଇଣ୍ଡୋନେସିଆ, ମାଲେସିଆ ଆଦି ଦେଶରୁ ଲୋକ ଯୋଗ ଦେଇଥିଲେ। ସେମାନଙ୍କଠାରୁ କରୋନା ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଏହାପରେ ଦିଲ୍ଲୀରେ ଏବେ ସମୁହ ସଂକ୍ରମଣର ଆଶଙ୍କା ଦେଖା ଦେଇଛି।

ଦିଲ୍ଲୀ ତାବଲିଗି ଜମାତ ପକ୍ଷରୁ ଏହି ସମାବେଶର ଆୟୋଜନ କରାଯାଇଥିଲା। କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମସଜିଦ ପାଖ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି।

ଦେଶରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୧୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ଜଣଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୨୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନାଠାରୁ ରକ୍ଷା ପାଇଁ ବାରମ୍ବାର ସାମଜିକ ଦୁରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ଏଥିପାଇଁ ଏପ୍ରିଲ ୧୪ ତାରିଖ ଯାଏଁ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତରୀ ନରେନ୍ଦ୍ର ମୋଦୀ। ଲକ୍‌ଡାଉନ ନିୟମ ମାନିବାକୁ ଲୋକଙ୍କୁ ଅପିଲ କରାଯାଇଛି।

LEAVE A REPLY

Please enter your comment!
Please enter your name here