ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପାଇଁ ଏବେ ସାରା ଦେଶରେ ଲକଡାଉନ୍ ଘୋଷଣା ହୋଇଛି। ଯେଉଁ କାରଣରୁ ଲୋକମାନେ ଘରେ ରହି ଅଧିକାଂଶ ସମୟ ଇଣ୍ଟରନେଟରେ କାଟୁଛନ୍ତି। ଏହାର ପ୍ରଭାବ ଏବେ ହ୍ୱାଟ୍ସଆପ୍ ଉପରେ ପଡ଼ିଛି।

ହ୍ୱାଟ୍ସଆପ୍ କମ୍ପାନି ତା’ର ଫିଚରରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଏଣିକି ହ୍ୱାଟ୍ସଆପ୍ ୟୁଜରମାନେ ସେମାନଙ୍କର ଷ୍ଟାଟସରେ ୩୦ ସେକେଣ୍ଡର କୌଣସି ଭିଡିଓ ରଖିପାରିବେ ନାହିଁ। କମ୍ପାନି ଏହାର ସମୟସୀମାକୁ ୧୫ ସେକେଣ୍ଡକୁ କମାଇ ଦେଇଛି। ଲୋକମାନେ ଏବେ କେବଳ ୧୫ ସେକେଣ୍ଡର ଭିଡିଓକୁ ନିଜର ହ୍ୱାଟ୍ସଆପ ଷ୍ଟାଟସରେ ରଖିପାରିବେ।

ଲକଡାଉନ୍ କାରଣରୁ ଲୋକମାନେ ଏହାର ଅଧିକ ବ୍ୟବହାର କରିବା ଫଳରେ, ସର୍ଭର ଉପରେ ଏହାର ପ୍ରଭାବ ପଡୁଛି। ତେଣୁ ହ୍ୱାଟ୍ସଆପ୍ କମ୍ପାନି ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଇଛି। ସାରା ଦେଶକୁ ଏବେ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ଯେଉଁ କାରଣରୁ ବିଭିନ୍ନ ପ୍ରକାର ଅସୁବିଧା ଦେଖିବାକୁ ମିଳିଛି।

Comment