ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର: କୁନ୍ଦୁରା ଥାନା ବୁଦାଗୁଡା ଗ୍ରାମରେ ହୋଇଥିବା ଡକାୟତି ମାମଲାରେ ପୋଲିସ ୫ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ  କ୍ରିଷ୍ଣା ପ୍ରସାଦ ଗୁପ୍ତାଙ୍କ ଘର କବାଟ ଭାଙ୍ଗି ତାଙ୍କ ପୁଅକୁ ମାରଣାସ୍ତ୍ର  ଦେଖାଇ ୪୦ ହଜାର ଟଙ୍କା ଓ ସୁନା ଅଳଙ୍କାର ଲୁଟ୍ କରି ନେଇଥିଲେ।

ଏନେଇ କୁନ୍ଦୁରା ଥାନାରେ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ୫ ଜଣକୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୧୫ ହଜାର ଟଙ୍କା, ୬ଟି ମୋବାଇଲ, ୩ଟି ବାଇକ, ଲୁହା ଛଡ, ଲାଠି ଓ ବିଭିନ୍ନ ମାରଣାସ୍ତ୍ର ଜବତ କରି କୋର୍ଟ ଚାଲାଣ କରିଛି ପୋଲିସ।

Comment