ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଡେରାଡୁନର ୧୫ ବର୍ଷୀୟ ଯୁବକ ଅଭିନବ କୁମାର ଶର୍ମା।

କରୋନା ପାଇଁ ଏବେ ସାରା ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ୨୧ ଦିନ ପାଇଁ ଭାରତକୁ ପ୍ରଧାନମନ୍ତ୍ରୀ ମୋଦୀ ଲକଡାଉନ୍ ଘୋଷଣା କରିଛନ୍ତି। ଯେଉଁ କାରଣରୁ ଭାରତର ଅର୍ଥନୀତି ବହୁତ ତଳକୁ ଖସିଯିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଭଳି ପରିସ୍ଥିତିର ଦେଶର ସମସ୍ତ ଧାର୍ମିକ ଅନୁଷ୍ଠାନ ନିଜର ୮୦ ପ୍ରତିଶତ ସମ୍ପତ୍ତି ଦାନ କରନ୍ତୁ ବୋଲ ଜଣେ ଯୁବକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି।

ଡେରାଡୁନର ଏହି ୧୫ ବର୍ଷୀୟ ଯୁବକଙ୍କ ନାଁ ହେଉଛି ଅଭିନବ କୁମାର ଶର୍ମା। ସେ ସେଠାକାର ଏକ ସ୍କୁଲରେ ବର୍ତ୍ତମାନ ପାଠ ପଢୁଛନ୍ତି। ଅଭିନବ ଗତ ମାର୍ଚ୍ଚ ୨୬ ତାରିଖରେ ଇମେଲ୍ ଯୋଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିଥିଲେ।

ଏଥିରେ ସେ ଲେଖିଥିଲେ ଯେ, କରୋନା ଏବଂ ଲକଡାଉନ୍ ପାଇଁ ଦେଶର ଅର୍ଥବ୍ୟବସ୍ଥାକୁ ଏକ ବଡ଼ ଝଟକା ଲାଗିବ। ତେଣୁ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଦେଶର ସମସ୍ତ ଧାର୍ମିକ ଅନୁଷ୍ଠାନ ନିଜ ସମ୍ପତ୍ତିର ୮୦ ପ୍ରତିଶତ ଅଂଶ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିବାକୁ ସେ କହିଛନ୍ତି। ଏହାଫଳରେ ଏହି ଟଙ୍କା ଲୋକମାନଙ୍କ କାମରେ ଆସିପାରିବ ବୋଲି ସେ କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, ଲକଡାଉନ୍ ଯୋଗୁ ହଜାର ହଜାର ପ୍ରବାସୀ ଶ୍ରମିକ ନିଜର କାମ ହରାଇସାରିଛନ୍ତି। ଯେଉଁ କାରଣରୁ ଏବେ ସେମାନେ ନିଜର ଜୀବନ ବଞ୍ଚାଇବା କଷ୍ଟକର ହୋଇପଡ଼ିଛି। ଯଦି ଧାର୍ମିକ ଅନୁଷ୍ଠାନମାନେ ଏଭଳି କରନ୍ତି, ତେବେ ଏହି ଗରିବ ଲୋକମାନେ ଆଉ ଅସୁବିଧାର ସମ୍ମୁଖୀନ ହେବେନାହିଁ। ଅଭିନବଙ୍କ ଏଭଳି ଚିନ୍ତାଧାରକୁ ଲୋକମାନେ ବେଶ୍ ପ୍ରଂଶସା କରିଛନ୍ତି।

Comment