ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ପାଇଁ ସାରା ସହର ଲକଡାଉନ୍ ହେଇଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଜିଲ୍ଲା ବିଜେପି ତାର ସେବା କାର୍ଯ୍ୟ ଜାରି ରଖଛି।

ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଶେକ ଆଚାର୍ଯ୍ୟ, ଉପସଭାପତି ରଶ୍ମିରଞ୍ଜନ ମୁଦୁଲି ଏବଂ ସମସ୍ତ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ସହରର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ, ମାସ୍କ, ସାନିଟାଇଜର, ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଔଷଧ ଯୋଗାଇ ଦେଇଛନ୍ତି।

ଭୁବନେଶ୍ୱରର ଡମଣା, ଶୈଳେଶ୍ରୀବିହାର, ସତ୍ୟନଗର, ଘାଟିକିଆ, ଜୟଦେବ ବାଟିକା, ମାଷ୍ଟର କ୍ୟାଣ୍ଟିନ, କଳ୍ପନା, କଟକ ରୋଡ, ରସୁଲଗଡ, ଜନପଥ ଆଦି ଅଞ୍ଚଳରେ ପହଞ୍ଚି ସେଠାରେ ଥିବା ଗରିବ ଲୋକଙ୍କୁ ସାହାଯ୍ୟ କରିଛନ୍ତି।

ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ନିକଟରେ ଥିବା ଦିନ ମଜୁରିଆମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ। ସେହିପରି ଶ୍ରୀକୃଷ୍ଣ ମଣ୍ଡଳର ସଂଯୋଜକ ଅଞ୍ଜନ ନାଥ ବସ୍ତି ଅଂଚଳରେ ଲୋକମାନଙ୍କୁ ସଚେତନା କରାଇବା ସହ ଖାଦ୍ୟ ବଣ୍ଟନ କରିଥିଲେ।

ବାଣୀବିହାର ମଣ୍ଡଳର ସଂଯୋଜକ ଦେବେନ୍ଦ୍ର ପତି, ସୁଶାନ୍ତ ସାବତ, ସୁନିତା ପତି, ଦୀନବନ୍ଧୁ ଦାସ, ଅଜୟ ମହାନ୍ତି, ପ୍ରତିକ୍ଷା ମହାପାତ୍ର ପ୍ରମୁଖ ସେହି ଅଞ୍ଚଳରେ ଅସହାୟମାନଙ୍କୁ ଖାଦ୍ୟର ବ୍ୟବସ୍ଥା କରାଇଥିଲେ ବୋଲି ଜିଲ୍ଲା ସେବା ପ୍ରମୁଖ ତଥା ଜିଲ୍ଲା ସଂପାଦକ ଅଚ୍ୟୁତାନନ୍ଦ ରଣଜିତ୍ ପ୍ରକାଶ କରିଛନ୍ତି।

Comment