ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସମଗ୍ର ବିଶ୍ୱ ଏବେ କରୋନା ଜୀବାଣୁ ବିରୋଧରେ ଯୁଦ୍ଧ କରୁଛି। ଭାଇରସ୍ ବିସ୍ତାର ନହେବା ପାଇଁ ପ୍ରତ୍ୟେକ ଦେଶ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ତଥାପି କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଯେଉଁମାନଙ୍କଠାରେ କରୋନା ଲକ୍ଷଣ ଦେଖାଯାଉଛି ବା ସଂକ୍ରମିତ ଅଞ୍ଚଳରୁ ଆସିଛନ୍ତି ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଉଛି।

  • କ୍ୱାରେଣ୍ଟାଇନରେ ରହୁଥିବା ଲୋକମାନେ ଭୟଭୀତ ହେବା ଉଚିତ୍ ନୁହେଁ।
  • ହୋମ୍‌ କ୍ୱାରେଣ୍ଟାଇନରେ ରହୁଥିବା ଲୋକମାନେ ଏହି ସମୟ ମଧ୍ୟରେ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ଖାଦ୍ୟ ଅନ୍ତର୍ଭୁକ୍ତ କରିବା ଉଚିତ୍। ଏହାଦ୍ୱାରା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।
  • ଯଦି ଆପଣ ପୂର୍ବରୁ କିଛି ରୋଗରେ ପୀଡିତ ଅଛନ୍ତି, ତେବେ ଏହି ସମୟରେ ଆପଣ ଜଣେ ଡାଏଟିସିଆନଙ୍କ ସହିତ ପରାମର୍ଶ କରିବା ଉଚିତ୍।
  • କ୍ୱାରେଣ୍ଟାଇନରେ ଥିବା ସମୟରେ କମଳା, ଡାଳିମ୍ବ, ସେଓ ଅଙ୍ଗୁର ଖାଆନ୍ତୁ । ଏଥି ସହିତ ଖାଦ୍ୟରେ ଲେମ୍ବୁ, ଡାଲି, ସବୁଜ ପନିପରିବା ମିଶାନ୍ତୁ।

Comment