ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାକୁ ନେଇ ଗୁଜବ କରୁଥିବା ଲୋକ ଦେଶଦ୍ରୋହୀ।

କରୋନାକୁ ନେଇ ଗୁଜବ କରୁଥିବା ଲୋକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଯେଉଁମାନେ ଗୁଜବ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି। ଏଣୁ ଗୁଜବକାରୀମାନେ ଏଥିରୁ କ୍ଷାନ୍ତ ରହିବାକୁ ସରକାର ଅପିଲ୍‌ କରିଛନ୍ତି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ହେଲେ କିଛି ଲୋକ ବିଭ୍ରାନ୍ତିକର କଥା କହି ଘଟଣାକୁ ନୂଆ ମୋଡ଼ ଦେଉଛନ୍ତି। ସରକାରଙ୍କ ପାଖକୁ ଏହି ଖବର ଆସିଛି। ଯେଉଁମାନେ ଗୁଜବ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବୁ ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର।

ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କିତ ତାଜା ସୂଚନା ଦେଇଥିଲେ ରାଜ୍ୟ ସରକାର। ଏହି ସାମ୍ବାଦିକ ସମ୍ମିଳନୀରେ ଗୁଜବକାରୀଙ୍କୁ ବି ସାବଧାନ କରିଦେଇଛନ୍ତି ସରକାର।

‘‘ଗୁଜବ କରୁଥିବା ଲୋକ ଦେଶଦ୍ରୋହୀ। ସେମାନେ ସମାଜରେ ଘୃଣ୍ୟ ଓ ନିନ୍ଦନୀୟ ବ୍ୟକ୍ତି। ଯେଉଁମାନେ ଗୁଜବ କରୁଛନ୍ତି ସେମାନଙ୍କଠାରୁ ଜନସାଧାରଣ ଦୂରେଇ ରହନ୍ତୁ’’, କହିଛନ୍ତି ରାଜ୍ୟ ସରକାର।

Comment