ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଓଡ଼ିଶାରେ କରୋନା ସ୍ଥିତି ସମ୍ପର୍କରେ ବୁଧବାର ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର।

ବିଶ୍ୱ ଓ ଦେଶରେ କରୋନାର ସ୍ଥିତି

  • ସାରା ବିଶ୍ୱର ୨୦୩ ଦେଶରେ କୋରନା ବ୍ୟାପିଛି।
  • ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୬୨,୪୯୫।
  • ସାରା ବିଶ୍ୱରେ ୪୨,୫୧୦ ଜଣ ଲୋକଙ୍କର କରୋନାରେ ମୃତ୍ୟୁ।
  • ଭାରତରେ ୧୫୯୦ ଜଣ ଲୋକ କରୋନା ପଜିଟିଭ୍।
  • ଭାରତରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୫କୁ ବୃଦ୍ଧି।

ଓଡ଼ିଶାର କରୋନା ରିପୋର୍ଟ

  • ଓଡ଼ିଶାରେ କରୋନା ପଜିଟିଭ୍ ସଂଖ୍ୟା ୪କୁ ବୃଦ୍ଧି।
  • ଦୁବାଇରୁ ଭଦ୍ରକ ଫେରିଥିବା ୨୯ ବର୍ଷୀୟ ଯୁବକଙ୍କ କରୋନାରେ ଆକ୍ରାନ୍ତ।
  • ଚତୁର୍ଥ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୭ ଜଣ ଲୋକ।
  • ଓଡ଼ିଶାରେ ୬୧୦ ନମୁନାରୁ କେବଳ ୪ ପଜିଟିଭ୍।
  • ବର୍ତ୍ତମାନ ୮୮ ଜଣ ଲୋକ ଆଇସୋଲେସନରେ ଅଛନ୍ତି।
  • ୧୦୪ ଓ ଅନଲାଇନ୍ ଯୋଗେ ପଞ୍ଜୀକରଣ କରିଥିବା ଲୋକଙ୍କ ସଂଖ୍ୟା ୧୫ ,୦୪୫ ଜଣ।
  • ତା ମଧ୍ୟରୁ ବିଦେଶ ଫେରନ୍ତାଙ୍କ ସଂଖ୍ୟା ୪୩୩୨ ଜଣ।
  • ଆସନ୍ତା ଦୁଇ ସପ୍ତାହ ସମସ୍ତଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।

ଓଡ଼ିଶାର ଚତୁର୍ଥ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

  • ୧୮ ତାରିଖରେ ଦୁବାଇରୁ କୋଲାକାତା ଏୟାରପୋର୍ଟକୁ ଆସିଥିଲେ।
  • କୋଲକାତା ଏୟାରପୋର୍ଟରୁ ଟାକ୍ସି ଯୋଗେ ହାୱଡା ଷ୍ଟେସନ୍ ଯାଇଥିଲେ।
  • ହାୱଡା ଷ୍ଟେସନରୁ ଇଷ୍ଟ୍ କୋଷ୍ଟ୍ ଏକ୍ସପ୍ରେସ ଯୋଗେ ଭଦ୍ରକ ଷ୍ଟେସନ ଆସିଥିଲେ।
  • ଭଦ୍ରକ ରେଳଷ୍ଟେସନରୁ ନିଜ ଘରକୁ ଅଟୋ ଯୋଗେ ଯାଇଥିଲେ।
  • ୩୦ ତାରିଖରେ ତାଙ୍କର ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା।
  • ମାର୍ଚ୍ଚ ୩୧ ତାରିଖରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି।

Comment