ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଦୁବାଇରୁ ଭାୟା କୋଲକାତା ହୋଇ ଭଦ୍ରକ ଆସିଥିବା ଏହି ୨୯ ବର୍ଷିୟ ଯୁବକ ଜଣକ କରୋନା କବଳରେ ପଡ଼ିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି ଯୁବକ ଜଣକ ଏବେ କଟକ ଏସ୍‌ସିବି ମେଡିକାଲରେ ଆଇସୋଲେସନରେ ରହିଛନ୍ତି।

ଭଦ୍ରକର ଏହି ୨୯ ବର୍ଷିୟ ଯୁବକଙ୍କ ସଂସ୍ପର୍ଶରେ ୭ ଜଣ ଲୋକ ଆସିଛନ୍ତି। ଏମାନଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି।

ମାର୍ଚ୍ଚ ୧୮ ତାରିଖରେ ରାଜ୍ୟର ଚତୁର୍ଥ ଆକ୍ରାନ୍ତ ଜଣକ EK୫୭୦ ବିମାନ ଯୋଗେ ଦୁବାଇରୁ କୋଲକାତା ଫେରିଥିଲେ। ପରେ ପରେ ସେ କୋଲକାତା ଏୟାରପୋର୍ଟରୁ ଟାକ୍ସି ଯୋଗେ ହାୱଡା ରେଳଷ୍ଟେସନକୁ ଆସିଥିଲେ।

ଏହାପରେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ। ମାର୍ଚ୍ଚ ୩୦ ତାରିଖରେ ତାଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଥିଲା। ଏହାପରେ ମାର୍ଚ୍ଚ ୩୧ ତାରିଖରେ ସେ କରୋନା ପଜିଟିଭ୍ ଥିବା ଜାଣିବାକୁ ମିଳିଛି।

ହାୱଡା ଷ୍ଟେସନରୁ ସେ ମାର୍ଚ୍ଚ ୧୮ ତାରିଖରେ ଇଷ୍ଟକୋଷ୍ଟ ଏକ୍ସପ୍ରସରେ ଭଦ୍ରକ ଷ୍ଟେସନ ଯାଏଁ ଆସିଥିଲେ। ଏହାପରେ ସେ ଭଦ୍ରକରୁ ଅଟୋ ଧରି ନିଜ ଘରକୁ ଯାଇଥିଲେ।

ସେହିପରି ପ୍ରଥମ କରୋନା ଆକ୍ରାନ୍ତ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ସରେ ୫୫ ଜଣ ଆସିଥିଲେ। ମାର୍ଚ୍ଚ ୧୯ରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ମଧ୍ୟ ୫୫ ଜଣ ଆସିଥିଲେ। ଗତ ୨୬ରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିଲେ ୧୧୨ ଜଣ।

Comment