ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଜୁନ୍ ୨୩ଠାରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ୧ ଏପ୍ରିଲରୁ ଆରମ୍ଭ ହେବାର ଥିଲା। ଯାହା ବର୍ତ୍ତମାନ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ଲକଡାଉନ  ଯୋଗୁଁ ଏପ୍ରିଲ ୧୫କୁ ପରିବର୍ତ୍ତନ ହୋଇଛି।

ଲକଡାଉନ ଯୋଗୁଁ ପଞ୍ଜୀକରଣ ଏପ୍ରିଲ ୧୫ରୁ ଆରମ୍ଭ ହେବ। ଏନେଇ ଅମରନାଥ ଶ୍ରାଇନ ବୋର୍ଡର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶ୍ରୀ ଅମରନାଥଙ୍କ ୪୨ ଦିନିଆ ଯାତ୍ରା ଜୁନ୍ ୨୩ ରୁ ଆରମ୍ଭ ହୋଇ ୩ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ|

ଚଳିତ ବର୍ଷ ଅମରନାଥ ଶ୍ରାଇନ ବୋର୍ଡ ତୀର୍ଥଯାତ୍ରୀଙ୍କୁ ଅମରନାଥ ଯାତ୍ରା ପରିଦର୍ଶନ କରିବା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ କହିଛନ୍ତି। ଏହି ବର୍ଷ ୧୩ ବର୍ଷରୁ କମ୍ ଏବଂ ୭୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here