ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ଦେଶରେ ଏବେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ ୧୭୬୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଛି।

ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଦିଲ୍ଲୀର  ନିଜାମୁଦ୍ଦିନ ଘଟଣା ଏହାକୁ ଆହୁରି ତୀବ୍ର କରିଦେଇଛି। ନିଜାମୁଦ୍ଦିନ ଧର୍ମ ସମ୍ମିଳନୀ ଦେଶରେ କରୋନାର ଗୋଷ୍ଠୀ ସଂକ୍ରମଣକୁ ଅଧିକ କରିବ ବୋଲି କୁହାଯାଉଛି।

ଅନ୍ୟପଟେ ସାରା ବିଶ୍ୱରେ ମଧ୍ୟ ବହୁ ତୀବ୍ର ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱର ୨୦୩ଟି ଦେଶରେ ବ୍ୟାପିଥିବା କରୋନା ଭାଇରସରେ  ଇଟାଲୀକୁ ସର୍ବାଧିକ କ୍ଷତି ପହଞ୍ଚାଇଛି। ଇଟାଲୀରେ ସର୍ବାଧିକ୧ ଲକ୍ଷ ୧୦ ହଜାର ୫୭୪ଜଣ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୩ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି। ସେହିଭଳି ସ୍ପେନରେ ୧ ଲକ୍ଷ ୪ ହଜାର ୧୧୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୯ ହଜାର ୩୮୭ ରହିଛି।

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ କହୁଥିବା ଆମେରିକା କରୋନା ବିପକ୍ଷ ଯୁଦ୍ଧରେ କିନ୍ତୁ ହାର ମାନିଛି। ଆମେରିକାରେ ଗତ ଗୋଟିଏ ଦିନରେ କରୋନା କାରଣରୁ ୧ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ଆମେରିକାରେ ଏଥିସହ ମୃତ୍ୟୁ ସଂଖ୍ୟା ୫ ହଜାର ଟପିଥିବାବେଳେ ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା ୪ ହଜାର ଟପିଛି।

LEAVE A REPLY

Please enter your comment!
Please enter your name here