ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସମ୍ମିଳନୀରେ ଯୋଗ ଦେଇଥିବା ୯୬୦ ବିଦେଶୀ ନାଗରିକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏହି ବିଦେଶୀ ନାଗରିକଙ୍କୁ କଳା ତାଲିକାଭୁକ୍ତ କରିବା ସହ ସେମାନଙ୍କ ଭିସା ରବ୍ଦ କରାଯାଇଛି।

ଏହାସହ କେଉଁ ରାଜ୍ୟରରୁ କେତେ ଜଣ ଏହି ଧର୍ମସମ୍ମିଳନୀରେ ଯୋଗ ଦେଇଥିଲେ ସେମାନଙ୍କ ତଥ୍ୟ ମାଗିଛି କେନ୍ଦ୍ର। ସଂପୃକ୍ତ ରାଜ୍ୟ ସରକାରମାନେ ଏବେ ସେମାନଙ୍କୁ ଖୋଜିବାରେ ଲାଗିପଡ଼ିଛନ୍ତି।

ଏହି ଧର୍ମସମ୍ମିଳନୀରେ ଯୋଗ ଦେଇଥିବା ଲୋକଙ୍କ ଭିତରୁ ୪୦୦ ଜଣଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଆଣ୍ତାମାନ ନିକୋବର, ଜମ୍ମୁ କଶ୍ମୀର, ଦିଲ୍ଲୀ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରୁ ୪୦୦ ଲୋକଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

ନିଜାମୁଦ୍ଦିନ ଧର୍ମସମ୍ମିଳନୀରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬୦ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି।

Comment