ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନର ଫାଇଦା ଉଠାଇଲେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ। ଲକଡାଉନ ଯୋଗୁଁ ଦୀର୍ଘ ୭ ବର୍ଷ ପରେ ସେ ଘରେ ସାନ ଭଉଣୀର ଜନ୍ମଦିନ ପାଳିଛନ୍ତି। ସବୁଠୁ ଖାସ କଥା ଭଉଣୀର ଜନ୍ମଦିନ ପାଳନ ପାଇଁ କାର୍ତ୍ତିକ ନିଜେ ଘରେ କେକ୍‌ ପ୍ରସ୍ତୁତ କରିଛନ୍ତି।

କାର୍ତ୍ତିକ ତାଙ୍କ ସାନ ଭଉଣୀ କ୍ରିତିକାଙ୍କ ଜନ୍ମଦିନ ପାଳନ କରି ଇନଷ୍ଟା ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି। ଫଟୋ ସେୟାର କରି କାର୍ତ୍ତିକ ଲେଖିଛନ୍ତି, ‘‘ଲକଡାଉନର ଫାଇଦା।- ୭ ବର୍ଷ ପରେ କିଟୁଙ୍କ ଜନ୍ମଦିନ ପାଳନ କରିବାର ସୁଯୋଗ ମିଳିଲା।

କାର୍ତ୍ତିକ ଆର୍ଯ୍ୟନ୍ ମଧ୍ୟ ପିଏମ୍ କେୟାର ଫଣ୍ଡ୍‌ରେ ଏକ କୋଟି ଟଙ୍କା ଦାନ କରିଛନ୍ତି। ସେ ଟ୍ୱିଟ୍ କରି କହିଥିଲେ,‘‘ଏହି ସମୟରେ ଆମ ସମସ୍ତଙ୍କୁ ଦେଶ ସହ ଏକାଠି ଠିଆ ହେବା ଆବଶ୍ୟକ। ତେଣୁ ଅନ୍ୟମାନେ ମଧ୍ୟଏଥିରେ ଯୋଗଦାନ କରନ୍ତୁ।’’

Comment