ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ପୂର୍ବତଟ ରେଳବାଇର ସେଣ୍ଟ୍ରାଲ ହସ୍ପିଟାଲରେ ନର୍ସ, ଫାର୍ମାସିଷ୍ଟ, ଓଟି ଆସିଷ୍ଟାଣ୍ଟ ପଦବୀରେ ସମୁଦାୟ ୨୪ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଏପ୍ରିଲ୍ ୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ। ଏହି ନିଯୁକ୍ତି ଏକ ମାସ ପାଇଁ ଚୁକ୍ତିଭିତ୍ତିକ।

ନର୍ସିଂ ସୁପେରିନଟେଣ୍ଡଣ୍ଟ୍:

  • ପଦବୀ ସଂଖ୍ୟା- ୧୬
  • ଯୋଗ୍ୟତା- ନର୍ସ ଭାବେ କାମ କରୁଥିବେ ବା ବି.ଏସ୍.ସି ନର୍ସିଂ କରିଥିବେ କିମ୍ବା ସ୍କୁଲ୍ ଅଫ୍ ନର୍ସିଂରୁ ୩ ବର୍ଷର ଜେନେରାଲ ନର୍ସିଂ କୋର୍ସ କରିଥିବେ। ଆଇସିୟୁ ମ୍ୟାନେଜିଂରେ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ (୮ ପଦବୀ) ଏବଂ ଇନଫେକ୍ଟେଡ୍/ଆଇସୋଲେଟେଡ୍ ରୋଗୀ ବିଭାଗରେ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ (୮ଟି ପଦବୀ) ପ୍ରାଧାନ୍ୟ ଦିଆଯିବ।
  • ବୟସ- ୨୦ରୁ ୪୦ ବର୍ଷ
  • ଦରମା- ୪୪୯୯୯ ଟଙ୍କା

ଫାର୍ମାସିଷ୍ଟ:

  • ପଦବୀ ସଂଖ୍ୟା- ୪
  • ଯୋଗ୍ୟତା- ଦ୍ୱାଦଶ ଶ୍ରେଣୀ ପାସ୍ କରିବା ସହ ଫାର୍ମାସୀରେ ୨ ବର୍ଷ ଡିପ୍ଲୋମା କରିଥିବେ ବା ଫାର୍ମାସୀରେ ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ବୟସ- ୨୦ରୁ ୩୫ ବର୍ଷ
  • ଦରମା- ୨୯୨୦୦ ଟଙ୍କା

ଓଟି ଆସିଷ୍ଟାଣ୍ଟ/ଡ୍ରେସର୍:

  • ପଦବୀ ସଂଖ୍ୟା- ୪
  • ଯୋଗ୍ୟତା- ଦଶମ ପାସ୍ କରିବା ସହ ସଂପୃକ୍ତ ବିଭାଗରେ ଅତିକମରେ ଗୋଟିଏ ବର୍ଷର ଅଭିଜ୍ଞତା ଥିବ।
  • ବୟସ- ୧୮ରୁ ୩୩ ବର୍ଷ
  • ଦରମା- ୧୯୯୦୦ ଟଙ୍କା

ଇଣ୍ଟରଭ୍ୟୁ ସମୟ– ୨୦୨୦ ଏପ୍ରିଲ୍ ୬ ସକାଳ ୧୦ଟା

ଇଣ୍ଟରଭ୍ୟୁ ସ୍ଥାନ– ଅଫିସ୍ ଅଫ୍ ଦି ପ୍ରିନ୍ସିପାଲ ଚିଫ୍ ପର୍ସୋନେଲ୍ ଅଫିସର, ୨ୟ ଫ୍ଲୋର୍, ରେଳ ସଦନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର

ଅଥିକ ସୂଚନା ପାଇଁ eastcoastrail.indianrailways.gov.inରେ କ୍ଲିକ୍ କରନ୍ତୁ।

source – www.chakiri.plus

Comment