ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟାମରେ ଏହି ବୈଠକ ହେବ। ବୈଠକରେ କରୋନାକୁ ନେଇ ସମସ୍ତ ରାଜ୍ୟରେ ସ୍ଥିତି ବିଷୟରେ ସମୀକ୍ଷା କରାଯିବ।

ଏହାସହ ବୈଠକରେ କରୋନାକୁ ନେଇ କେନ୍ଦ୍ର ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ଅବଗତ କରାଯିବ। ଦେଶରେ କରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ରୋକିବାକୁ ଆଉ କ’ଣ ପଦକ୍ଷେପ ନିଆଯାଇ ପାରିବ ସେ ସମ୍ପର୍କରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ମଗାଯିବ।

ଦେଶରେ କରୋନା ସଂକ୍ରମତିଙ୍କ ସଂଖ୍ୟା କମିବାର ନାଁ ଧରୁନି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୭୬୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୦ଜଣଙ୍କ ମୃତ୍ୟୁ ହୋଇଛି। କୋରନା ଭାଇରସଠାରୁ ରକ୍ଷା ପାଇବା ପାଇଁ ସମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ତାରିଖ ଯାଏଁ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି।

 

Comment