ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ପକ୍ଷରୁ ବୁଧବାର ଲଞ୍ଚ ହେଲା ନୂଆ Vivo S6। ଚୀନରେ ଏହି ସ୍ମାର୍ଟଫୋନ ଲଞ୍ଚ ହୋଇଛି। ଖୁବଶୀଘ୍ର ଏହା ଭାରତରେ ମଧ୍ୟ ଉପଲବ୍ଧ ହେବ। ଏନେଇ କମ୍ପାନି ପକ୍ଷରୁ ସୂଚନା ମିଳିଛି। ଏକ୍ସିନୋଜ୍ ପ୍ରୋସେସର ସହ ଏଥିରେ କ୍ଵାଡ୍ କ୍ୟାମେରା ସେଟଅପ ରହିଛି। ଏହାସହ ଏଥିରେ 5ଜି ସପୋର୍ଟ ସିଷ୍ଟମ ସହ ୪୮ ମେଗା ପିକ୍ସେଲର ପ୍ରାଇମେରି କ୍ୟାମେରା ରହିଛି।

ଚୀନରେ ଏହି ସ୍ମାର୍ଟଫୋନର ଦୁଇଟି ଭାରିଏଣ୍ଟ ଲଞ୍ଚ ହୋଇଛି। ୮ ଜିବି + ୧୨୮ ଜିବି ଷ୍ଟୋରେଜ ଭାରିଏଣ୍ଟର ମୂଲ୍ୟ ୨୮ହଜାର ୭ଶହ ଟଙ୍କା ରହିଛି। ସେହିପରି ୮ଜିବି + ୨୫୬ଜିବି ଭାରିଏଣ୍ଟର ମୂଲ୍ୟ ୩୧ହଜାର ୯ଶହ ଟଙ୍କା ରହିଛି। ଏହାସହ Vivo S6ର ତିନୋଟି କଲର ଭାରିଏଣ୍ଟ ରହିଛି।

ସ୍ପେସିଫିକେଶନ

  • ଏଥିରେ ଏକ୍ସିନୋଜ୍ ପ୍ରୋସେସର ରହିଛି।
  • ୬.୪୪ ଇଞ୍ଚର ଫୁଳ ଏଚ୍‌ଡି ଡିସ୍‌ପ୍ଲେ ରହିଛି।
  • ଏହାସହ ଡିସ୍‌ପ୍ଲେ ଫିଙ୍ଗର ପ୍ରିଣ୍ଟ ସୁବିଧା ରହିଛି।
  • 5ଜି ସପୋର୍ଟ ସିଷ୍ଟମ
  • ଫନ ଟଚ୍ ଅପରେଟିଂ ସିଷ୍ଟମ ରହିଛି।
  • ୮ଜିବି ରାମ୍ ଓ ୨୫୬ଜିବିର ଇଣ୍ଟରନାଲ ମେମୋରି ରହିଛି।
  • ଫ୍ରଣ୍ଟରେ ୩୨ ମେଗା ପିକ୍ସେଲର ସେଲ୍ଫି କ୍ୟାମେରା ରହିଛି।
  • ସେହିପରି ୪୮ମେଗା ପିକ୍ସେଲର ପ୍ରାଇମେରି କ୍ୟାମେରା ରହିଛି।
  • ଏହାସହ ୮ମେଗା ପିକ୍ସେଲର ଅଲ୍ଟ୍ରା ଓ୍ଵାଇଣ୍ଡ କ୍ୟାମେରା, ୨ମେଗା ପିକ୍ସେଲର ମାକ୍ରୋ କ୍ୟାମେରା ଓ ୨ମେଗା ପିକ୍ସେଲର ଡେପ୍ଥ କ୍ୟାମେରା ରହିଛି।
  • ଏଥିରେ ୪୫୦୦ mAh ବ୍ୟାଟେରି ରହିଛି।
  • ତା’ସାଙ୍ଗକୁ ୧୮wର ଫାଷ୍ଟ ଚାର୍ଜିଂ ସିଷ୍ଟମ ରହିଛି।
  • ଏହି ସ୍ମାର୍ଟଫୋନରେ ଟାଇପ – ସି ଚାର୍ଜିଂ ପୋର୍ଟ ରହିଛି।

Comment