ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ କରୋନା ମୃତକଙ୍କ ସଂଖ୍ୟା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଏବେ ଦେଶର ୨୮ଟି ରାଜ୍ୟରେ କରୋନା ପଶିଯାଇଛି। ସରକାରୀ ତଥ୍ୟ ଅନୁସାରେ ଏ ଯାଏଁ ୧୭୬୪ ଲୋକ ଏହି ଘାତକ ଭୂତାଣୁର ଶିକାର ହୋଇଛନ୍ତି। ଆଜି ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୦ ରେ ପହଞ୍ଚିଛି।

ମହାରାଷ୍ଟ୍ରରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ସେଠି ୩୩୫ ଲୋକଙ୍କ ଦେହରେ ସଂକ୍ରମଣ ଲକ୍ଷ୍ୟ କରାଯାଇଛି। କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୫ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ରାଜ୍ୟରେ ୧୨ ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ରରେ ୧୩ , ଗୁଜରାଟରେ ୬  ଓ ବାକି ରାଜ୍ୟରେ ୩୧  ଜଣ ପ୍ରାଣ ହରାଇଥିବା ଜଣାପଡିଛି।

ଆନ୍ଧ୍ରପ୍ରଦେଶରେ ବୁଧବାର ଦିନ ୬୭ଟି କେସ୍ ସାମ୍ନାକୁ ଆସିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ତବଲିଗି ଜମାତରୁ ଫେରିଥିଲେ। ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ନିଜେ କହିଛନ୍ତି ଯେ ଜମାତକୁ ଆନ୍ଧ୍ରପ୍ରଦେଶରୁ ୧୦୮୫ ଲୋକ ଯାଇଥିଲେ। ମଧ୍ୟପ୍ରଦେଶ ଓ ବିହାରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବିହାରରେ ଯେଉଁ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି ସେ ଦିହେଁ ଦୁବାଇରୁ ଫେରିଥିଲେ।

Comment