ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୁଣି ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ରାଜଧାନୀ ଭୁବନେଶ୍ୱର ସହିତ ଭଦ୍ରକ ଟାଉନକୁ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି।

ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ ପର୍ଯ୍ୟନ୍ତ ଏହି ଦୁଇ ସହରକୁ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି । ପୂର୍ବରୁ ସାରା ରାଜ୍ୟରେ କରୋନା ପାଇଁ ଲକଡାଉନ୍ କରାଯାଇଥିଲା। ଏ ସମୟରେ କେବଳ ଏହି ଦୁଇ ସହରରେ ହିଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ଏହି ଦୁଇ ସହରକୁ ସଟଡାଉନ୍ ଘୋଷଣା କରାଯାଇଛି।

ଏହି ୪୮ ଘଣ୍ଟା ଦୁଇ ସହରରେ ସମସ୍ତ ଦୋକାନ, ବଜାର, ଖାଦ୍ୟ ସାମଗ୍ରୀ ଦୋକାନ ଆଦି ବନ୍ଦ ରହିବ। ଏପରିକି ଜରୁରୀ ସେବାକୁ ମଧ୍ୟ ଏହି ସଟଡାଉନରେ ସାମିଲ କରାଯାଇଛି। ଲକଡାଉନ୍ ସମୟରେ ଜରୁରୀ ଖାଦ୍ୟ ପଦାର୍ଥ ଦୋକାନ, ମେଡିସିନ୍ ଷ୍ଟୋର ଆଦି ଖୋଲା ରହୁଥିଲା କିନ୍ତୁ ସଟଡାଉନରେ ଏହି ସବୁ ଦୋକାନକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ କେଉଁ ମେଡିସିନ୍ ଦୋକାନ ଖୋଲା ରହିବ ସେନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପାଞ୍ଚ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଚାରିଜଣ ଭୁବନେଶ୍ୱରର ହୋଇଥିଲାବେଳେ ଆଉ ଜଣେ ଆକ୍ରାନ୍ତ ଭଦ୍ରକ ସହରର ବାସିନ୍ଧା ବୋଲି ଜଣାପଡ଼ିଥିଲା। ତେଣୁ ଏହି ଦୁଇ ସହରର ବାସିନ୍ଧାଙ୍କ ମଧ୍ୟରେ କରୋନା ଯେଭଳି ନବ୍ୟାପେ ସେଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

Comment