ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନା ଭାଇରସକୁ ମହାମାରୀ ଘୋଷଣା କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରୋସ୍ ଆଡାନମ୍ ଗେବ୍ରେସ୍ ମାର୍ଚ୍ଚ ୧୧ ତାରିଖରେ କୋରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଥିଲେ। ଆପଣ ଜାଣନ୍ତି କି କେଉଁ ପରିସ୍ଥିତିରେ ଏକ ରୋଗ ମହାମାରୀ ଭାବରେ ବିବେଚନା କରାଯାଏ?

ଯେତେବେଳେ ଭୂତାଣୁ ଦ୍ୱାରା କୌଣସି ରୋଗ ସମଗ୍ର ବିଶ୍ୱରେ ଲୋକଙ୍କୁ କ୍ଷତି ପହଞ୍ଚାଇବା ଆରମ୍ଭ କରେ, ମୃତ୍ୟୁ ସଂଖ୍ୟା ବଢ଼ିବାକୁ ଲାଗେ ସେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସେହି ରୋଗକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିଥାଏ।

ଥରେ ମହାମାରୀ ଘୋଷଣା ହେବା ପରେ ବିଭିନ୍ନ ଦେଶରେ ସରକାର ଏବଂ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ରୋଗର ପ୍ରତିରୋଧ କରିବାକୁ ସଚେତନତା ଆରମ୍ଭ କରନ୍ତି, ସତର୍କତା ଅବଲମ୍ବନ କରନ୍ତି ଏବଂ ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରନ୍ତି।

ଏହାପୂର୍ବରୁ ୨୦୦୯ରେ ସ୍ୱାଇନ୍‌ ଫ୍ଲୁକୁ, ୨୦୦୩ରେ ସିଭିୟର ଏକ୍ୟୁଟ ରେସ୍ପିରେଟୋରୀ ସିଣ୍ଡ୍ରୋମକୁ ମହାମାରୀ ଘୋଷଣା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।

ସାରାବିଶ୍ୱରେ ଏହି ଭାଇରସକୁ ରୋକିବା ପାଇଁ ପ୍ରୟାସ ଚାଲିଛି। ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି।

Comment